Only for Entertainment

ଶ୍ରାବଣ ମାସରେ ‘ଓଁ ନମଃ ଶିବାୟ’ କରନ୍ତୁ ଉଚ୍ଚାରଣ, ମିଳିବ ଏହି ସବୁ ସଫଳତା !

194

ଆଙ୍ଗୁଠିରେ ଅଗ୍ନି, ତର୍ଜନୀରେ ବାୟୁ, ମଧ୍ୟମାରେ ଆକାଶ. ଅନାମିକାରୁ ପୃଥିବୀ ଏବଂ କନିଷ୍କାରୁ ଜଳ ତତ୍ତ୍ୱ ସଂଚାର ସବୁବେଳେ ରହିଥାଏ । ପଂଚାକ୍ଷରରେ ପାଂଚ ଅକ୍ଷର ମଧ୍ୟ ଏହି ପାଂଚଟି ତତ୍ୱକୁ ପ୍ରତିନିଧିତ୍ୱ କରିଥାଏ । ନ- ଅଗ୍ନି, ମଃ- ବାୟୁ, ଶି-ଆକାଶ, ବା-ପୃଥିବୀ, ଏବଂ ୟ-ଜଳ ତତ୍ତ୍ୱର ପ୍ରତିନିଧିତ୍ୱ କରିଥାଏ । ଏହିକାରଣରୁ ଆପଣ ନମଃ ଶିବାୟ ଜପ କରିବା ସମୟରେ ପ୍ରଥମେ ‘ନ’କୁ ମନେ ମନେ ଉଚ୍ଚାରଣ କରନ୍ତୁ । ଏହି ସମୟରେ ବିଷି ଆଙ୍ଗୁଠି ଉପରେ ଚାପ ପକାନ୍ତୁ । ଏହାପରେ ‘ମଃ’ର ଉଚ୍ଚାରଣ କରନ୍ତୁ । ମଃ’ ଉଚ୍ଚାରଣ କରିବା ସମୟରେ ତର୍ଜନୀ ଆଙ୍ଗୁଠି ଉପରେ ଚାପ ପ୍ରୟୋଗ କରି ଶି ଉଚ୍ଚାରଣ କରନ୍ତୁ । ଏହାପରେ ସେହିଭଳି ବା’ ଏବଂ ୟ’ର ଉଚ୍ଚାରଣ କରନ୍ତୁ ।

ଏହାପରେ ଓଁ ଉଚ୍ଚାରଣ କରି ହାତକୁ ପୂରା ଖୋଲି ଦିଅନ୍ତୁ । ଲଗାତାର ଏଭଳି କରିବା ଦ୍ୱାରା ଶରୀରରେ ପାଂଚଟି ତତ୍ତ୍ୱର ସାମଞ୍ଜସ୍ୟ ସଦା ରହିବ । ଶରୀରର ଯେ କୌଣସି ତତ୍ୱ ଅସନ୍ତୁଳିତ ଥିଲେ , ତାହା ଏଭଳି ଚାପ ଦ୍ୱାରା ଶରୀର ଶକ୍ତିକୁ ପୁଣି ଜାଗ୍ରତ କରିଦେବ । ଏହା କରିବା ଦ୍ୱାରା ମାନସିକ ଏବଂ ଶାରୀରିକ ରୋଗ ବ୍ୟାଧି ଆଦି ରହିବ ନାହିଁ । ଆମ ଶରୀରରେ ଆକାଶ ତତ୍ୱ ମସ୍ତିଷ୍କରେ , ଅଗ୍ନି କାନ୍ଧରେ , ବାୟୁ ନାଭିରେ , ପୃଥିବୀ ଆଣ୍ଠୁ ଏବଂ ଜଳ ପାଦର ତଳ ଭାଗରେ । ନମଃ ଶିବାୟ ସମୟରେ ଆଙ୍ଗୁଠିରେ ଚାପ ପ୍ରୟୋଗ କଲେ ଏହି ୫ଟି ତତ୍ୱ ସବୁବେଳେ ସନ୍ତୁଳିତ ରହିବ । ଏହାଦ୍ୱାରା ସକରାତ୍ମକ ଶକ୍ତି ଶରୀରରେ ରହିବ ।

ଏହିକାରଣରୁ ମନୋସ୍କାମନା ମଧ୍ୟ କିଛି ପୂରଣ ହେବ । ଆପଣଙ୍କୁ ସଫଳତାର ଦିଗ ଦେଖାଇବ । ଜରୁରୀ ନୁହେଁ ଯେ ଏହା ଆପଣ କେବଳ କୌଣସି ପୂଜା କକ୍ଷ କିମ୍ବା ମନ୍ଦିରରେ କରିବେ । ଏହି ଅଭ୍ୟାସ ଆପଣ କାର୍ଯ୍ୟାଳୟରେ ଖାଲି ସମୟରେ କିମ୍ବା ଗାଡିରେ ଯିବା ଆସିବା ସମୟରେ ମଧ୍ୟ କରିପାରିବେ । ଯଦି ଆପଣ ପୂରା ଶ୍ରାବଣ ମାସରେ ଏହି ଅଭ୍ୟାସ କରିବେ ତାହା ଅଭ୍ୟାସରେ ପରିଣତ ହୋଇଯିବ । ଏହି ଅତିଶୀଘ୍ର ଅଭ୍ୟାସ କରି ଦେଖନ୍ତୁ ଏହାର ଚମତ୍କାର !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More