Only for Entertainment

ପ୍ରାୟତଃ ସ୍କୁଲ ବସର ରଙ୍ଗ ହଳଦିଆ ହୋଇଥାଏ କାହିଁକି?

dailyhunt
0 55

ଆପଣଙ୍କ ମନରେ କେବେ ମଧ୍ୟ ଏହି ପ୍ରଶ୍ନ ଆସିଥିବଯେ ପ୍ରାୟ ସ୍କୁଲ ବସର ରଙ୍ଗ ହଳଦିଆ ହୋଇଥାଏ କାହିଁକି । ବାସ୍ତବରେ ସୁପ୍ରିମ କୋର୍ଟ ପ୍ରାଇଭେଟ ସ୍କୁଲକୁ ଆଦେଶ ଦେଇଛନ୍ତିଯେ ସେମାନଙ୍କର ବସର ରଙ୍ଗ ହଳଦିଆ ହେବା ଉଚିତ । ତେବେ କ’ଣ ରହିଛି ଖାସ କାରଣ?


କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ସ୍କୁଲ ବସର ରଙ୍ଗ ହଳଦିଆ । ଏହା ପଛରେ ଥିବା କାରଣ ହେଉଛିଯେ ଅନ୍ୟ ରଙ୍ଗ ଅପେକ୍ଷା ହଳଦିଆ ରଙ୍ଗରେ ୧,୨୪ ଗୁଣ ଅଧିକ ଆକର୍ଷଣ ରହିଥାଏ,ଏବଂ ଅନ୍ୟ କୌଣସି ରଙ୍ଗ ଅପେକ୍ଷା ଏହା ଆଖିକୁ ଖୁବ ଶୀଘ୍ର ଦେଖା ଯାଇଥାଏ ।


୧୯୩୦ରେ ଆମେରିକାରେ ସର୍ବ ପ୍ରଥମେ ଏହି ବିଷୟରେ ସୂଚନା ଦିଆଯାଇଥିଲା । ଏହା ମଧ୍ୟ ଆପଣ ନଜର ପକାଇଥିବେଯେ ସଡ଼କ ରାସ୍ତାର ଟ୍ରାଫିକ ଲାଇଟ ଏବଂ ଖାସ ସାଙ୍କେତିକ ବୋର୍ଡ଼କୁ ମଧ୍ୟ ହଳଦିଆ ରଙ୍ଗ ଦିଆଯାଇଥାଏ ।
କୁହୁଡ଼ିରେ ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ହଳଦିଆ ରଙ୍ଗ ଭଲ ଦେଖାଯାଏ । ତେଣୁ ସୁରକ୍ଷାକୁ ଆଖି ସାମ୍ନାରେ ରଖି ସ୍କୁଲ ବସକୁ ହଳଦିଆ ରଙ୍ଗ ଦିଆଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More