Only for Entertainment

ୟୁକେ ର ୟୁନିଭର୍ସିଟି ଅଫ ସସେକ୍ସରେ ପ୍ରଦର୍ଶିତ ହେଲା ଓଡିଆ ପ୍ରାମାଣିକ ଚଳଚ୍ଚିତ୍ର ‘କୋକଲି’

facebook
43

ନିଜ ପ୍ରଭାବଶାଳୀ ଅଭିନୟରେ ପୂର୍ବରୁ ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଦେଖିବାକୁ ମିଳିଛି ପ୍ରାମାଣିକ ଚଳଚ୍ଚିତ୍ର ‘କୋକୋଲି’ରେ । ବଦଳୁଥିବା ପାଣିପାଗ ଓ ଏହାକୁ ନେଇ ସମାଜ ଉପରେ ପଡୁଥିବା ପ୍ରଭାବ ଉପରେ ଗତିଶୀଳ ହୋଇଛି ଚଳଚ୍ଚିତ୍ର କୋକୋଲିର କାହାଣୀ । ଏହି ସିନେମାର ସ୍ପେଶାଲ୍ ସ୍କ୍ରିନିଂ ନିକଟରେ ରଖାଯାଇଥିଲା ।

ବଦଳୁଥିବା ପାଣିପାଗକୁ ନେଇ କିଭଳି ସମୁଦ୍ର ବଢି ବଢି ଚାଲିଛି, ଆଉ ଏହାକୁ ନେଇ ମତ୍ସଜୀବୀମାନେ କିପରି ଅସୁବିଧାକୁ ସାମ୍ନା କରୁଛନ୍ତି ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିଛି । ଏହି ସିନେମାଟି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ହାତେଇପାରିଛି । ଅନେକ ଅନ୍ତର୍ଜାତୀୟ ମଂଚରେ ଫିଲ୍ମଟିର ସ୍ପେଶାଲ ସ୍କ୍ରିନିଂ ମଧ୍ୟ କରାଯାଇଛି ।

ଦୁବାଇ, ସିଙ୍ଗାପୁର ପରେ ନିକଟରେ ୟୁକେ ର ୟୁନିଭର୍ସିଟି ଅଫ ସସେକ୍ସରେ ଏହି ସିନେମାର ସ୍କ୍ରିନିଂ କରାଯାଇଥିଲା । ଦ ନେକେଡ୍ ଆଇ ଏବଂ ରାଗ ଫିଲ୍ମ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସ୍ନେହାସିସ ଦାସ । ଏକ ସାମାଜିକ ସମସ୍ୟା ଉ ତା ସହ ପ୍ରେମ କାହାଣୀ ବି ସ୍ଥାନ ପାଇଛି ଏହି ସିନେମାରେ ।

ନ୍ୟୁ ଆର୍ଥ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲରେ, ବେଷ୍ଟ ଫିକ୍ସନ ଫିଚର ଫିଲ୍ମ ସମ୍ମାନ ହାତେଇଛି ଓଡିଆ ପ୍ରାମାଣିକ ଚଳଚ୍ଚିତ୍ର କୋକୋଲି । ଏହାସହ ଉଡ ପିକର ଇଂଟରନାସନାଲ ଫିଲ୍ମ ଫେଷ୍ଟିବାଲରେ ମଧ୍ୟ ଏହା ମନୋନୀତ ହୋଇଛି । ସିନେମାରେ ଗାର୍ଗି ମହାନ୍ତିଙ୍କ ଆକର୍ଷଣୀୟ ଅଭିନୟକୁ ବେଶ ପ୍ରଶଂସା କରାଯ।।ଉଛି । ଏହା ବ୍ୟତିତ ଲିଙ୍କନ ପଟ୍ଟନାୟକ, ଭସ୍ୱତି ବାସୁ, ଧରିତ୍ରି ଖଣ୍ଡୁଆଳ ଆଦି କଳାକାରଙ୍କ ବଳିଷ୍ଠ ଅଭିନୟ ସିନେମାକୁ କରିଛି ସ୍ୱତନ୍ତ୍ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More