Only for Entertainment

ଆଉ ଥରେ ଲେଖାଯିବ‘ଡାଇ ହାର୍ଡ : ଇୟର ୱାନ’ର ପଟକଥା !

newstracklive
0 54

ଫିଲ୍ମ ଜଗତରେ ହରୋର ଫିଲ୍ମ କିଛି ଅଲଗା ଅନ୍ଦାଜରେ ନଜରକୁ ଆସିଥାଏ, ତେଣିକି ଫିଲ୍ମ ବଲିଉଡର ହେଉ କିମ୍ବା ହଲିଉଡର ହେଇଥାଉ । ଏହାକୁ ଦେଖିବାକୁ ପାଇଁ ଦର୍ଶକଙ୍କ ଭିଡ ଜମିଥାଏ । ହଲିଉଡର ହରୋର ଫିଲ୍ମ ‘ଦ କଞ୍ଜରିଂ’ ଲୋକ ମାନଙ୍କ ହୃଦୟରେ ଏକପ୍ରକାର ଭୟ ବଜାୟ ରଖିଛି । ସତରେ ଏହି ଫିଲ୍ମର ରଚନା ଏବଂ ସ୍କ୍ରିନ ପ୍ଲେ ଅତ୍ୟନ୍ତ ଭୟଙ୍କର ହୋଇଥିଲା । ଯାହାକୁ ଆଜି ମଧ୍ୟ ଲୋକମାନେ ମନେ ପକାଉଛନ୍ତି ।

ଶୁଣିବାକୁ ମିଳୁଛି ଯେ ହଲିଉଡର ଏହି ହରୋର ଫିଲ୍ମର ସ୍କ୍ରିନ ପ୍ଲେ ରାଉଟର ଚାଡ ଏବଂ କେରୀ ହାୟେସଙ୍କୁ ‘ଡାଇ ହାର୍ଡ ୬’ର ସ୍କ୍ରିନ ପ୍ଲେ ପ୍ରସ୍ତୁତି ପାଇଁ ଚୟନ କରାଯାଇଛି । ଏହି ଫିଲ୍ମରେ ବ୍ରୁସ ବିଲିସଙ୍କୁ ମଧ୍ୟ ଦେଖିବାକୁ ମିଳିବ, ଯିଏକି ଏହି ଫିଲ୍ମର ପ୍ରଥମ ପାର୍ଟରୁ ହିଁ ରହି ଆସିଛନ୍ତି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମରେ ଲେନ ବାଇଡମେନ ନିଜର ନିର୍ଦ୍ଧେଶନା ଦେବେ । ଲେନ ଏହି ଫିଲ୍ମର ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଧେଶକ ଅଟନ୍ତି ।

‘ଡାଇ ହାର୍ଡ’ଫ୍ରାଂଚାଇଜର ଏହା ୬ଷ୍ଠ ଫିଲ୍ମ ଅଟେ । ଏହାର ନାମ ରଖା ଯାଇଛି ‘ଡାଇ ହାର୍ଡ : ଇୟର ୱାନ’ । କିଛି ଦିନ ପୂର୍ବେ ବିଲିସ କହିଥିଲେ ଯେ ଏହି ଫିଲ୍ମର ରଚନା ଶେଷ ହୋି ସାରିଛି ଏବଂ ଏହାର ଅନ୍ୟ ବିଭାଗର କାମ ଆରମ୍ଭ ହୋଇଯିବ । ମାତ୍ର ମିଡିଆ ରିପୋର୍ଟରୁ କିଛି ଅଲଗା ଜଣା ପଡୁଛି ।

ସାମ୍ନାକୁ ଆସିଥିବା ଖବରରୁ ଜାଣିବାକୁ ମିଳିଛି ଯେ ହାୟେସ ପୁଣିଥରେ ସ୍କ୍ରିନ ପ୍ଲେ ଲେଖିବା ପାଇଁ ବସିଛନ୍ତି । ଖାଲି ଦେଖିବାକୁ ଅଛି ଯେ ଏହି ଫିଲ୍ମର ପ୍ରଥମ ପାର୍ଟ ଯେଉଁ ସ୍ତରରେ ପହଂଚି ପାରଛି ଏହାର ଏହି ସେହି ସ୍ତର ପର୍ଯ୍ୟନ୍ତ ପହଂଚି ପାରୁଛି କି ନାହିଁ ଏହା ଦେଖିବା ମଜାଦାର ହେବ । କିଛି ଦିନ ତଳେ ବଲିଉଡର ହରୋର ଫିଲ୍ମ ‘ପରୀ’ ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ମନକୁ ଏତେ ମାତ୍ରାରେ ଛୁଇଁ ପାରି ନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More