Only for Entertainment

ପାରମ୍ପରିକ ରୀତି ନୀତିରେ ବିବାହ କରିବେ ଦୀପ-ବୀର,ବର୍ଷର ଦ୍ୱିତୀୟ ବୃହତ୍ତ ବିବାହ ।

youtube
0 40

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ପରେ ଏ ବର୍ଷର ଦ୍ୱିତୀୟ ବୃହତ ବିବାହ ପାଇଁ ଖୁବ ଧୁମ୍ଧାମ୍ରେ ପ୍ରସ୍ତୁତି ଚାଲିଛି । ରିପୋର୍ଟ ଅନୁସାରେ ଯଦି ସବୁକିଛି ଠିକ୍ଠାକ୍ ରହେ ତେବେ ନଭେମ୍ବରରେ ରଣବୀର ଏବଂ ଦୀପିକା ଇଟାଲୀରେ ବିବାହ କରିବେ ।

ଏହି ଚର୍ଚ୍ଚିତ ଯୋଡ଼ିଙ୍କୁ ନେଇ ଆସିଥିବା ଖବର ଅନୁସାରେ ପୂରା ସାଧାରଣ ରୀତି ନୀତିରେ ବିବାହ କାର୍ଯ୍ୟ ସଂପନ୍ନ ହେବ । ତଥାପି ଏହି ଦୁଇ ଜଣ ସେଲିବ୍ରେଟୀ ବିବାହକୁ ନେଇ ଖୁବ ଭାବିଚିନ୍ତି ଉତ୍ତର ଦେଉଛନ୍ତି । ନିକଟରେ ଯେତେବେଳେ ଦୀପିକାଙ୍କୁ ବିବାହ ବିଷୟରେ ପ୍ରଶ୍ନ କରାଗଲା ସେ ଉତ୍ତର ଦେଲେଯେ ଆପଣ ମାନେ ଖୁବ ଶୀଘ୍ର ଏହି ବିଷୟରେ ଜାଣି ପାରିବେ ।

ରିପୋର୍ଟ ଅନୁସାରେ ଇଟାଲୀରେ ହେବାକୁ ଥିବା ବିବାହରେ ପରିବାର ସଦସ୍ୟଙ୍କ ବ୍ୟତୀତ କିଛି ବଛା ବଛା ବନ୍ଧୁ ବାନ୍ଧବ ସାମିଲ ହେବେ । ବିବାହ ପରେ ଭାରତ ଫେରିବା ପରେ ଏହି ଯୋଡ଼ି ନିଜର ସାଙ୍ଗ ଓ ସଂପର୍କୀୟଙ୍କ ପାଇଁ ଗ୍ରାଣ୍ଡ ରିସେପ୍ସନ୍ ଆୟୋଜନ କରିବେ । ଏଭଳିକି ଖବର ରହିଛିଯେ ଦୁଇ ଜଣଙ୍କ ପରିବାର ବିବାହ ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି ଏବଂ ଶେଷ ପ୍ରସ୍ତୁତି ଜାରି ରହିଛି ।

କହିରଖୁଛୁଯେ ଏହି ଦୁଇ ତାରକା ବହୁ ଦିନ ଧରି ସଂପର୍କରେ ଥିଲେ । ଦୁଇ ଜଣଙ୍କ ସଂପର୍କ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ରାମଲୀଲା ପରେ ହୋଇଥିଲା । ଦୁଇ ଜଣଙ୍କ କେମେଷ୍ଟ୍ରି ଦେଖିବାକୁ ମଧ୍ୟ ଖୁବ ଭଲ ଲାଗେ । ଉଭୟ ପରସ୍ପରର ଖୁବ ପ୍ରଶଂସା ମଧ୍ୟ କରନ୍ତି । ଏହି ବର୍ଷ ସଂଜୟ ଲୀଲା ଭଂସାଲୀଙ୍କ ବିବାଦୀୟ ଫିଲ୍ମ ପଦ୍ମାବତ୍ରେ ଦୁଇ ଜଣ ନଜର ଆସିଥିଲେ,ତାଙ୍କ ସହିତ ଶାହିଦ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଦୁଇ ଜଣଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ବିଶେଷ କରି ରଣବୀର ସିଂଙ୍କ ଅଭିନୟ ଖୁବ ଉଚ୍ଚ କୋଟୀର ଏବଂ ପ୍ରଶଂସନୀୟ ଥିଲା । କାରଣ ଏହା ତାଙ୍କର ପୂର୍ବ ସମସ୍ତ ଫିଲ୍ମ ଅପେକ୍ଷା ସଂପୂର୍ଣ୍ଣ ଭିନ୍ନ ପ୍ରକାରର ଥିଲା । ତେବେ ରଣବୀର ବର୍ତ୍ତମାନ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More