Only for Entertainment

ଖୋଲିଲା ଅନୁପ – ଜସଲିନଙ୍କ ପ୍ରେମସମ୍ପର୍କର ରହସ୍ୟ ।

youtube
41

ବିଗବସ ଘରକୁ ପ୍ରବେଶ କରିବା ପାଇଁ ପୂର୍ବରୁ ଲୋକପ୍ରିୟତା ଥିବା ଆବଶ୍ୟକ,ତେବେ ଆପଣ ସେଠାକୁ ପ୍ରବେଶ କରିପାରିବେ । ଏହା ଶୋ ଦେଖିବା ପରେ ଆପଣ ନିହାତି ଭାବରେ ଜାଣିଥିବେ । ନିକଟରେ ସିଜନ ୧୨ରେ ଆସିଥିବା ଅନୁପ ଜଲୋଟା ଏବଂ ଜସଲିନଙ୍କ ଯୋଡ଼ିର ଧୀରେ ଧୀରେ ଗୁମର ଖୋଲୁଛି ।

ପ୍ରେମ ସମ୍ପର୍କ ଉପରୁ ପରଦା ହଟାଇଛନ୍ତି ଅନୁପ ଜଲୋଟା  ା ଖବର ଅନୁସାରେ  ଲୋକପ୍ରିୟତା ପାଇଁ ବ୍ୟବହାର ହୋଇଥିଲେ ଅନୁପ । ବିଗବସ- ୧୨ ପ୍ରତିଯୋଗିତାରୁ ଭଜନ ସମ୍ରାଟ ଅନୁପ ଜଲୋଟା ବାହାରିବା ପରେ ନିଜ ସହ ଜସଲିନ ଙ୍କ ସମ୍ପର୍କକୁ ନେଇ  ଖୋଲୁଛନ୍ତି ଗୋଟିଏ ପରେ ଗୋଟିଏ ରହସ୍ୟ । ନିଜଠାରୁ ଖୁବ କମ ବୟସର ଗାର୍ଲଫ୍ରେଣ୍ଡ ଜସଲିନଙ୍କ ସହ ପ୍ରକୃତରେ କଣ ଥିଲା ସମ୍ପର୍କ ସେ ବିଷୟରେ ଏବେ ମୁହଁ ଖୋଲିଛନ୍ତି ଅନୁପ ।

ବିଗ ବସ ଘରର ସଦସ୍ୟ ଥିବା ବେଳେ ଅନୁପ ଓ ଜସଲିନଙ୍କ ସମ୍ପର୍କକୁ ନେଇ ହୋଇଥିଲା ଚାରିଆଡେ ଚର୍ଚ୍ଚା । ତେବେ ନିକଟରେ ଅନୁପ ବିଗବସରୁ ବାହାରି ଯିବା ପରେ ସତ କାଣ ତାହା ପ୍ରକାଶ କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ବିଗବସରେ ଲୋକପ୍ରିୟତା ହାସଲ କରିବା ପାଇଁ ଜସଲିନ ମୋତେ ବ୍ୟବହାର କରିଛନ୍ତି ବୋଲି ଅନୁପ କହିଛନ୍ତି । ମୋତେ ତାଙ୍କ ପ୍ରେମିକ ବନାଇ ଲୋକମାନଙ୍କ ମନରେ ଘର କରିବା ଥିଲା ଜସଲିନଙ୍କ  ଉଦ୍ଦେଶ୍ୟ ।  ଅତିଶିଘ୍ର ସେ ଲୋକଲୋଚନକୁ ଆସି ଚର୍ଚ୍ଚାର ବିଷୟ ପାଲଟିବେ ବୋଲି ସେ ଆଶା କରିଥିଲେ ।

ତେବେ ଜସଲିନଙ୍କ ସହ ତାଙ୍କ  ସମ୍ପର୍କ ଗୁରୁ ଓ ଶିଷ୍ୟା ଭଳି ବୋଲି ଅନୁପ କହିଛନ୍ତି । ସେ ଏହି ସମ୍ପର୍କକୁ ନେଇ ବିଗବସ ଘରେ ପ୍ରବେଶ କରିଥିଲେ । ତେବେ ଶୋ ଆରମ୍ଭ ଦିନ ହିଁ ଅନୁପ ସେମାନଙ୍କ ମଧ୍ୟରେ ଗୁରୁ ଶିଷ୍ୟ ସମ୍ପର୍କ ଥିବା ଜଣାଇଥିଲେ । ହେଲେ ପରେ ଜସଲିନ ଅନୁପଙ୍କୁ ନିଜ ବୟେଫଣ୍ଡ ବୋଲି ବିଗବସ ଗୃହରେ ସ୍ୱିକାର କରିଥିଲେ । ଏହାପରେ ଉପସ୍ଥାପକ ସଲମାନ ଖାନ ମଧ୍ୟ ଏଭଳି ସମ୍ପର୍କକୁ ନେଇ ଦ୍ୱନ୍ଦରେ ପଡିଯାଇଥିଲେ । ତେବେ ଜସଲିନ ସ୍ୀକାର କରିଥିବା ପ୍ରେମସମ୍ପର୍କ ସମ୍ପୁଣ୍ର୍ଣ୍ର ମିଥ୍ୟା ବୋଲି ଅନୁପ କହିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More