Only for Entertainment

ପ୍ରଥମ ବାହାଘର ବେଦି ଛାଡି ଚାଲିଯାଇଥିଲେ କରୁଣାନିଧି

dnaindia.com
0 43

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ର ମୁଖ୍ୟ ଏମ୍ କରୁଣାନିଧି ଏ ଦୁନିଆରେ ଆଉ ନାହାନ୍ତି, କରୁଣାନିଧି ଦ୍ରାବିଡ ଆନ୍ଦୋଳନ ର ପୋରୋଉପକାର ଓ ନାସ୍ତିକ ଭାବରେ ଖୁବ୍ ଜଣାଶୁଣା ।

ନିଜର ରାଜନ÷ତୀକ କ୍ୟାରିୟର ର ଆରମ୍ଭରୁ ହିଁ ସେ ହିନ୍ଦିଭାଷା କୁ ବିରୋଧ କରୁଥିଲେ । ତାଙ୍କର ହିନ୍ଦି ଭାଷା ପ୍ରତି ଥିବା ବିରୋଧି ଭାବନା କୁ ନେଇ ଏକ ରୋମାଂଚକର ଘଟଣା ରହିଛି ।

୧୪ ବର୍ଷ ବୟସରୁ ହିଁ ସେ ଦ୍ରାବିଡ ଭାଷା ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ଟାଇମ୍ସ ଅଫ ଇଣ୍ଡିଆ ରୁ ମିଳିଥିବା ଖବର ଅନୁସାରେ ସେପ୍ଟେମ୍ବର ମାସ ୧୯୯୪ ମସିହାରେ ତାଙ୍କର ବିବାହ ହୋଇଥିଲା । ସେହି ସମୟ ରେ କରୁଣାନିଧ ମାତ୍ର ୨୦ ବର୍ଷ ବୟସ ରେ ପଦାର୍ପଣ କରିଥିଲେ ।

ବିବାହ ସମୟ ରେ ନିଜ କନ୍ୟାପାତ୍ରୀ ଙ୍କ ଅପେକ୍ଷା କରିଥିବା ବେଳେ,ବାହାରୁ ହିନ୍ଦି ବିରୋଧୀ ଆନ୍ଦୋଳନ ର ସ୍ୱର ଶୁଣା ଯିବାରୁ ବାହାଘର ବେଦି ରୁ ଉଠିଯାଇ ନିଜେ ସେ ଆନ୍ଦୋଳନରେ ଯୋଗ ଦେଇ ଡାକରା ଦେବା ଆରମ୍ଭ କରିଦେଇଥିଲେ । ବାହାଘର ର ଶ୍ଳୋକ ଜାଗା ରେ ତାଙ୍କ ମୁହଁରୁ ’’ତାମିଲ୍ ଜିନ୍ଦାବାଦ,ହିନ୍ଦି ମୃଦା ବାଦ’’ ର ଡାକରା ଶୁଣାଯାଉଥିଲା ।

ସେତେବେଳେ କରୁଣାନିଧିଙ୍କ ବିବାହ ତାମିଲନାଡୁର ଗାୟକ ସୁନ୍ଦରକାରଙ୍କ କନ୍ୟା ପଦ୍ମାବତୀଙ୍କ ସହ ହେବାର ଥିଲା । ଅବଶ୍ୟ ପରବତ୍ତୀକାଳ ରେ ସମ୍ପକୀୟ ମାନେ ତାଙ୍କୁ ଖୋଜି ଆଣି ୧ ଘଣ୍ଟା ମଧ୍ୟରେ ସମ୍ପର୍ଣ୍ଣ କରାଇଥିଲେ ।

ଏହାପରେ କରୁଣାନିଧି ଆହୁରି ଦୁଇଟି ବିବାହ କରିଥିଲେ ଏବଂ ତାଙ୍କର ୬ ଟି ସନ୍ତାନ ମଧ୍ୟ ଅଛନ୍ତି । କରୁଣାନିଧଙ୍କ ଅନ୍ତିମ ସଂସ୍କାର ତାଙ୍କ ଗୁରୁ ଅନ୍ନଦୁରଇ ଙ୍କ ସମାଧି ନିକଟ ରେ କରାଯିବା ସହ ପୂର୍ଣ ରାଜକୀୟ ସମ୍ମାନ ରେ ସମାଧିସ୍ଥ କରାଯାଇଥିଲା ।

କରୁଣାନିଧିଙ୍କୁ ତାଙ୍କ ଦ୍ୱାରା ଲେଖାଯାଇଥିବା ୩୩ବର୍ଷ ପୂର୍ବ ସ୍ମୃତିଲେଖ ଶବଧାର ରେ ସମାଧି ଦିଆଯାଇଛି । ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More