Only for Entertainment

ଧାରା ୩୭୭ ବିରୋଧରେ କେସ୍ ଜିତିଥିବା ସୁପ୍ରିମ କୋର୍ଟର ଏହି ଦୁଇ ଓକିଲ ଅଟନ୍ତି ଲେସବିଆନ କପଲ, ଦୁନିଆ ସାମ୍ନାରେ ସ୍ୱୀକାର କଲେ ସମ୍ପର୍କ

Live Law
194

ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିଟକୋର୍ଟ ଧାରା ୩୭୭କୁ ନେଇ ଏକ ଐତିହାସିକ ରାୟ ଶୁଣାଇଥିଲେ । ସମଲିଙ୍ଗ ସମ୍ପର୍କକୁ ଅପରାଧ କହୁଥିବା ଏହି ଧାରାରକୁ ସୁପ୍ରମ କୋର୍ଟ ଉଠାଇବା ପରେ ପୂରା ଦେଶରେ ଖୁସିର ଲହରି ଖେଳିଯାଇଥିଲା । ଏଲଜିବିଟିକ୍ୟୁ ସମୁଦାୟର ଅଧିକାର ପାଇଁ ଲଢେଇ କରିଥିବା ଓକିଲ ମେନକା ଗୁରୁସ୍ୱାମୀ ଏବଂ ଅରୁନ୍ଧତୀ କାଟଜୁ ଏଥିପାଇଁ ଲମ୍ବା ଲଢେଇ କରିଥିଲେ । ଶେଷରେ ସୁପ୍ରମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପିଠକୁ ମାନିବା ପାଇଁ ବାଧ୍ୟ କରିଥିଲେ ଯେ ସମଲିଙ୍ଗ ସମ୍ପର୍କ ଏକ ଅପରାଧ ନୁହେଁ । ସୁପ୍ରିମ କୋର୍ଟରେ ମିଳିଥିବା ଏହି ବିଜୟ ନା କେବଳ ତାଙ୍କ ପ୍ରେଫେସନାଲ କ୍ୟାରିଅରର ବିଜୟ ବରଂ ତାଙ୍କ ପର୍ସନାଲ ଲାଇଫର ମଧ୍ୟ ବିଜୟ ।

ସୁପ୍ରମ କୋର୍ଟରୁ ମିଳିଥିବା ଏହି ଐତିହାସିକ ବିଜୟର ଗୋଟିଏ ବର୍ଷ ପରେ ଆଡଭୋକେଟ ମେନକା ଏବଂ ଅରୁନ୍ଧତୀ ଖୁଲାସ କରିଛନ୍ତି ଯେ ସେ ମଧ୍ୟ ସେଲବିଆନ କପଲ । ସିଏନଏନକୁ ଦେଇଥିବା ଇଣ୍ଟରଭ୍ୟୁରେ ଦୁହେଁ ନା କେବଳ ଧାରା ୩୭୭ ବିଜୟ ଉପରେ କହିଥିଲେ ତା ସହିତ ଦୁହେଁ ପରସ୍ପର ସମ୍ପର୍କକୁ ସାର୍ବଜନୀନ କରିଥିଲେ । ଦୁହିଁଙ୍କ ଏହି ଖୁଲାସା ପରେ ଲେକେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More