Only for Entertainment

କରଣୀ ସେନାର ଧମକପରେ ଘର ବାହାରେ କଡ଼ା ସିକ୍ୟୁରିଟି ବ୍ୟବସ୍ଥା ।

bollywood tadka
33

କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକା ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ଲକ୍ଷ୍ମୀବାଈଙ୍କ ଜୀବନୀ ଉପରେ ଆଧାରିତ । କିଛି ଦିନ ହେବ ଏହି ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । ଏହି ବିବାଦ ଚାଲୁଥିବାରୁ କଙ୍ଗନା ତାଙ୍କ ଘର ବାହାରେ କଡ଼଼ା ସିକ୍ୟୁରିଟି ବ୍ୟବସ୍ଥା କରିଛନ୍ତି ।

ବାସ୍ତବରେ ରାଷ୍ଟ୍ରୀୟ ରାଜପୂତ କରଣୀ ସେନା କଙ୍ଗନାଙ୍କ ଘର ଘେରାଉ କରିବାର ଧମକ ଦେଇଛନ୍ତି । ଏହି କାରଣରୁ କୌଣସି ଘଟଣାରୁ ବଂଚିବା ପାଇଁ ଏହିଭଳି କଡ଼ା ସୁକ୍ୟୁରିଟି ବ୍ୟବସ୍ଥା କରାଯାଇଛି ।

କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ୱେବସାଇଟକୁ ଇଂଟରଭ୍ୟୁ ଦେଉଥିବା ସମୟରେ କହିଛନ୍ତିଯେ ଯେକୌଣସି ଫିଲ୍ମନିର୍ମାତା ଉଦ୍ଦେଶ୍ୟ ସହିତ ସିନକୁ ଦେଖାଉଛନ୍ତି । ଏହାକୁ ଆମେ ସହ୍ୟ କରିପାରିବୁ ନାହିଁ । ରାଣୀ ଲକ୍ଷ୍ମୀବାଈଙ୍କ ସହିତ ବ୍ରିଟିଶ ଅଫିସରଙ୍କ ସଂପର୍କକୁ ନେଇ ଆମ ମାନଙ୍କର ଆପତ୍ତି । ଏହାପରେ କଙ୍ଗନା ଧମକ ଦେଇଥିଲେଯେ ଯଦି ଫିଲ୍ମକୁ ନେଇ କିଛି ପ୍ରତିକ୍ରିୟା ଦେଖାଇବ, ମନେରଖ ମୁଁ ମଧ୍ୟ ରାଜପୂତ ପରିବାରର, ସମସ୍ତଙ୍କୁ ନଷ୍ଟ କରିଦେବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More