Only for Entertainment

ଏହି ଗାଁରେ ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ ସ୍କୁଲ ଯାଉଛନ୍ତି ପିଲା,ଦେଖନ୍ତୁ ଭିଡ଼ିଓ ।

bollywood tadka
0 47

ପଢା ପାଇଁ ସରକାର ବିଭିନ୍ନ ପ୍ରୟାସ କରୁଥିଲେ ମଧ୍ୟ ତାହା ଲାଲ ଫିତା ତଳେ ରହିଯାଉଛି । ଯାହା ସମସ୍ତଙ୍କ ଦୃଷ୍ଟିକୋଣରୁ ଖୁବ ଆଢୁଆଳରେ । କିନ୍ତୁ ପଢା ପାଇଁ ନିଶା ଛାଡ଼ୁନାହିଁ ପିଲାଙ୍କର,କାରଣ ସ୍ୱପ୍ନ ରହିଛି ଜୀବନରେ କିଛି କରିବି । ଯେଉଁଥିପାଇଁ ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ମାଡ଼ି ଯାଉଛନ୍ତି ବିଦ୍ୟାଳୟ ସମ୍ମୁଖକୁ । କେବଳ ବାଧା ନୁହେଁ ବରଂ ସାମ୍ନାରେ ରହିଛି ମୃତ୍ୟୁର ଯନ୍ତା ।

 

ବାସ୍ତବରେ ଖେଡ଼ାର ନାଏକା ଭରାଇ ଗାଁକୁ ଜୋଡ଼ୁଥିବା ବ୍ରିଜ ଦୁଇ ମାସ ତଳେ ଭାଙ୍ଗିଯାଇଛି । ପ୍ରଶାସନକୁ ସୂଚନା ଦେବାପରେ ମଧ୍ୟ କୌଣସିସଫଳତା ମିଳିନାହିଁ । ଶୁଣୁନାହାଁନ୍ତି ପ୍ରଶାସନ ଅଧିକାରୀ । ଯେଉଁ କାରଣରୁ ପିଲାମାନେ ୯ ଫୁଟ ଉଂଚା ନାଳ ଉପରେ ଚଢି ସ୍କୁଲ ଯାଉଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ ସ୍କୁଲକୁ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ତେଣୁ ଅଭିଭାବକ ପ୍ରତିଦିନ ନିଜ ପିଲାଙ୍କ ହାତ ଧରି ଏହି ରାସ୍ତା ଅତିକ୍ରମ କରାଉଛନ୍ତି । ଯଦି ଗାଁରୁ ବାହାରକୁ ଯିବାପାଇଁ ପଡ଼ୁଛି ତେବେ ଏହି ବ୍ରିଜ ଏକମାତ୍ର ସହାୟତା ନଚେତ ୧୦ କିମି ବୁଲି ଯିବାକୁ ପଡ଼ୁଛି,କିନ୍ତୁ ଏହା ମଧ୍ୟ ଏବେ ଅସହାୟ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More