Only for Entertainment

ଏହି ଦେଶରେ ଝିଅଙ୍କୁ କମେଣ୍ଟ କରିବା ପଡିବ ମହଙ୍ଗା, ଦେବାକୁ ପଡିବ ୬୦ ହଜାର ଟଙ୍କା ଜୋରିମନା

Punjab Kesari
0 38

ରାସ୍ତାରେ ଯାଉଥିବା ଝିଅଙ୍କୁ କମେଣ୍ଟ କରିବା ଭାରତରେ ଏକ ସାଧାରଣ କଥା ହୋଇଗଲାଣି । ଏହି କାରଣରୁ ଝିଅମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଭାରତରେ ଏହି ସମସ୍ୟାର ସାମାଧାନ ଏପର୍ଯ୍ୟନ୍ତ ସରକାର ବାହାର କରନଥିବା ବେଳୋ ଏପରି ଏକ ଦେଶ ଅଛି ଯେଉଁଠି ଝିଅମାନଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡିବ ।

ଫ୍ୟାନ୍ସ ସରକାର ଝିଅମାନଙ୍କର ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଯୌନ ଉତ୍ପିଡନ କାନୁନକୁ କଡା କଡି କରିଛନ୍ତି । ଏହି କାରଣରୁ ଝିଅମାନଙ୍କୁ ଦେଖି ସିଟି ମାରିବା, ଅଭଦ୍ର କମେଣ୍ଟ କରିବା, ନମ୍ବର ମାଗିବା ବା ପିଛା କରିବା ଅପରାଧ ଶ୍ରେଣୀରେ ଆସିବ । ଏହା ସହିତ ଯେଉଁମାନେ ମହିଳାମାନଙ୍କ ସ୍ୱାଧିନତାକୁ ଉଲ୍ଲଙ୍ଘନ କରିବ ଏବଂ ତାଙ୍କର ଆତ୍ମରକ୍ଷା ଓ ସୁରକ୍ଷା ଅଧିକାରକୁ କମ କରିବ ସୋମାନେ ମଧ୍ୟ ଏହି କାନୁନ ଦାୟର ଭିତରେ ଆସିବେ । ଏପରି କରିବା ଦ୍ୱାରା ୭୫୦ ୟୁରୋ ଅର୍ଥାତ ୬୦ ହଜାର ଟଙ୍କା ଜୋରିମନା ଦେବାକୁ ପଡିବ ।

ଫ୍ରାନ୍ସ ସଂସଦରେ ବୁଧବାର ରାତିରେ ଏହି କାନୁନକୁ ପାସ କରାଯାଇଛି । ସାଂସଦମାନଙ୍କ ମତରେ ଏହି କାନୁନ ଝିଅ ମାନଙ୍କୁ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାରେ ସାହାର୍ଯ୍ୟ କରିବ । ଗତବର୍ଷ ହୋଇଥିବା ଏକ ସର୍ଭେ ରିପୋର୍ଟ ଆସିବା ପରେ ଏହି ନିୟମକୁ କଡାକଡି କରିବା ପାଇଁ ପାଞ୍ଚ ଜଣ ସଂସଦଙ୍କ କମିଟି ଗଠନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More