Only for Entertainment

ଅତ୍ୟଧିକ ସେଲଫି ମୋହ-ମାନସିକ ବିକୃତି !

epictechnology.co.uk
0 40

ସ୍ମାର୍ଟଫୋନ ଦ୍ୱାରା ଅତ୍ୟଧିକ ସେଲ୍ଫି ନେବା ଏବଂ ନିଜେ ବ୍ୟବହାର କରୁଥିବା ସାଧାରଣ ଗଣମାଧ୍ୟମରେ ବାରମ୍ବାର ଫଟୋ ଛାଡିବା ସୁସ୍ଥ ମାନସିକତାର ଲକ୍ଷଣ ନୁହେଁ ।

ଦୀର୍ଘ ଦିନ ଧରି ଏହି ଅଭ୍ୟାସ ଲାଗି ରହିଲେ ଭବିଷ୍ୟତରେ ଗୁରୁତର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ ଏବଂ ଚିକିତ୍ସା ମଧ୍ୟ ଲୋଡା ପଡିବ । ଅତ୍ୟଧିକ ସେଲ୍ଫି ମୋହରେ ପଡିଥିବା ଯୁବଗୋଷ୍ଠୀଙ୍କୁ ଇଂଲଣ୍ଡର ନଟିଂହୋମ ଟ୍ରେଣ୍ଡ ବିଶ୍ୱବିଦ୍ୟାଳୟ ଏବଂ ତାମିଲନାଡୁସ୍ଥିତ ଥାୟାଗରାଜ୍ର ସ୍କୁଲ ଅଫ ମ୍ୟାନେଜମେଂଟର ଦଳେ ଅଧ୍ୟୟନକାରୀ ଗବେଷକ ଏହି ସତର୍କ ବାଣୀ ଶୁଣାଇଛନ୍ତି । ଏପରି ମାନସିକତାକୁ ସେମାନେ ‘ସେଲଫାଇଟିସ’ ଭାବେ ନାମିତ କରିଛନ୍ତି ।

ସେମାନଙ୍କ ମତରେ ‘ସେଲଫାଇଟିସ୍’ ମୋହରେ ପଡିଥିବା ଯୁବଗୋଷ୍ଠୀ ତିନି ପ୍ରକାରର: ପ୍ରଥମ ବର୍ଗର ଯୁବଗୋଷ୍ଠୀ ଦିନରେ ତିନି ଥର ସେଲଫି ନିଅନ୍ତି, ଫଟୋ ଅପଲୋଡ କରନ୍ତି ନାହିଁ । ଦିନରେ ତିନିଥର ସେଲ୍ଫି ନେଇ ପ୍ରତ୍ୟେକରୁ ତିନୋଟି ଲେଖାଏଁ ଫଟୋ ଛାଡିବା, ଦ୍ୱିତୀୟ ବର୍ଗର ଯୁବଗୋଷ୍ଠୀଙ୍କ ପସନ୍ଦ । ତେବେ ଶେଷ ବର୍ଗର ଯୁବଗୋଷ୍ଠୀ ଆୟତ୍ତରେ ନଥା’ନ୍ତି । ଦିନସାରା ମନ ଇଚ୍ଛା ସେଲଫି ଉଠାଇ ଫଟୋ ଛାଡନ୍ତି । ଏମାନଭ୍କୁ ସେଲଫି ମୋହ କାବୁ କରିଥାଏ । ଏହା ମାନସିକ ବିକୃତି ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More