Only for Entertainment

ତୈମୁରଙ୍କ ସହ ସେଲଫି ନେଇ ସମସ୍ୟାରେ ପ୍ରଶଂସକ ।

youtube
0 33

ବଲିଉଡ୍‌ ଷ୍ଟାର କିଡସ୍‌ଙ୍କ କଥା ଯେତେବେଳେ ଉଠେ ସର୍ବପ୍ରଥମେ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ପୁଅର ନାମ ସାମ୍ନାକୁ ଆସିଥାଏ। ମାତ୍ର ଦେଢ଼ ବର୍ଷ ବୟସରେ ତୈମୁରଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ଙ୍କ ସଂଖ୍ୟା କିଛି କମ୍‌ ନାହିଁ। ସୈଫ୍‌ଙ୍କ ପୁଅ ତୈମୁର ଯେଉଁ କାର୍ଯ୍ୟକ୍ରମକୁ ଗଲେ ମିଡିଆ ବାଲା ତାଙ୍କୁ ଫଲୋ କରି ଥାଆନ୍ତି। ସେ କ୍ୟାମେରାରେ ମଧ୍ୟ ଭିନ୍ନଭିନ୍ନ ଅନ୍ଦାଜରେ ନଜର ବି ଆସନ୍ତି। ସେ ଏତେ କ୍ୟୁଟ ଯେ ଯେକେହି ବି ତାଙ୍କ ଫଟୋ ଉଠାଇବାକୁ ଚାହାନ୍ତି।

ନିକଟରେ ତୈମୁରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନେନିଙ୍କ କୋଳରେ ରହି ମସ୍ତି କରୁଥିବା ନଜର ଆସିଛି। ସେପଟେ ଅନ୍ୟ ଜଣେ ବ୍ୟକ୍ତି ତୈମୁର ସହ ସେଲଫି ନେବାକୁ ଚେଷ୍ଟା କରୁ ଥିବା ଦେଖିବାକୁ ମିଳିଛି। ନେନ ଫଟୋ ନେବାକୁ ବାରଣ କରିବା ସତ୍ତ୍ୱେ ନମାନିବାରୁ ନେନି ତାଙ୍କୁ ଗାଳିଗୁଲଜ କରିବା ସହିତ ଉକ୍ତ ବ୍ୟକ୍ତିଙ୍କଠାରୁ ଦୂରେଇ ଯାଉଛନ୍ତି। ଏତିକି ବେଳେ ସୋହା ଅଲି ଖାନ୍‌ ଆସି ଯାଉଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More