Only for Entertainment

ଭାରତୀୟ ବଜାରରେ ବିନା ଡ୍ରାଇଭରର ଗାଡ଼ି । ୧୦୦୦ ଟଙ୍କାରେ ପାଇବେ ଗ୍ରାହକ ।

news 18
0 63

ଗ୍ରେଟର ନୋଏଡ଼ାର ଇଣ୍ଡିଆ ଅଟୋ ମାର୍ଟ ସେଂଟରରେ ଚାଲୁଥିବା ଅଟୋ ଏକ୍ସପୋ ୨୦୧୮ ୟୁନିଟି କମ୍ପାନୀ ବିନା ଷ୍ଟିଅରିଙ୍ଗ ଏବଂ କ୍ଲଚ ବ୍ରେକର ଗାଡ଼ି ପ୍ରଦର୍ଶନ କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ଏହାକୁ ମଣିଷ ନୁହେଁ ବରଂ ସେନ୍ସର ଚାଳନା କରିବ । ଏହା ଖୁବ ଶୀଘ୍ର ଭାରତୀୟ ବଜାରରେ ଲଂଚ କରିବ । ଏହାର ପ୍ରି ବୁକିଂ ଆରମ୍ଭ ହୋଇସାରିଛି । ଏହାକୁ ୧୦୦୦ ଟଙ୍କା ଦେଇ ବୁକ କରାଯାଇ ପାରିବ । ଆସନ୍ତୁ ଜାଣିବା ଏହାର ଖାସ ଫିଚର ଏବଂ ଏହା କିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନ ସାକାର କରିବ ।

 

ଏହି ଇଲେକ୍ଟ୍ରିିକ କାର ଭାରତରେ ଦୁଇ ବର୍ଷ ପରେ ଆସିବ । ଏହି କାର ର ଷ୍ଟିୟରିଙ୍ଗ ଭିଡିଓ ଗେମ ଭଳି । ଏହା ସିଙ୍ଗଲ ଚାର୍ଜରେ ୨୦୦ କିମି ଯିବ ଏବଂ ଏହା ୫ ସିଟର ବିଷିଷ୍ଟ । ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବା ପାଇଁ କମ୍ବାନୀ ଏହି ଗାଡ଼ିକୁ ଭାରତରେ ୨୦୨୦ରେ ଲଂଚ କରିବ । ଏହା ବର୍ତ୍ତମାନ ସ୍ୱିଡେନରେ ଚାଲୁଛି । ଏହାର ମୂଲ୍ୟ ୭ ଲକ୍ଷରୁ ଅଧିକ ।

 


କମ୍ପାନୀ ଗୋଟିଏ ପରେ ଗୋଟିଏ ସୁନ୍ଦର ସୁନ୍ଦର କାର ଲଂଚ କରିଛନ୍ତି । ଏହି ସବୁ ଇଲେକ୍ଟ୍ରିକ ଗାଡ଼ି ଥିଲା । ତେବେ ସେଠାରେ ଶାହାରୁଖ ଖାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ୨୦ ବର୍ଷ ଧରି ସେ ଏହାର ବ୍ରାଣ୍ଡ ଆମ୍ବାସେଡ଼ର ଅଛନ୍ତି । ତେବେ ଏଭଳି ଗାଡ଼ିକୁ ନେଇ ସେ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି ଏବଂ ଭବିଷ୍ୟତକୁ ଆଖି ସାମ୍ନାରେ ରଖି ଶାହାରୁଖ କହିଛନ୍ତିଯେ ସେ ଭଲ ଭାବରେ ଡ୍ରାଇଭିଙ୍ଗ ଶିଖିବାକୁ ଚାହାଁନ୍ତି ନାହିଁ । ତେବେ ଏଭଳି କାର ନିର୍ମାଣ ଉପରେ ଫୋକସ ଦେବା ପାଇଁ ଶହାରୁଖ ପରାମର୍ଶ କରିଛନ୍ତି । ତେବେ ତାଙ୍କୁ ସାଂଟ୍ରୋ କାର ପସନ୍ଦ ବୋଲି ସେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More