Only for Entertainment

ମିଠାରେ ପ୍ରସ୍ତୁତ କରନ୍ତୁ ସିମେଇ ବରଫି

YouTube
0 80

ସାମଗ୍ରୀ-

ସିମେଇ-୨୦୦ ଗ୍ରାମ
ଦେଶୀ ଘିଅ- ୧୦୦ ଗ୍ରାମ
କ୍ଷୀର- ୨୫୦ ମିଲି
ଖୁଆ- ୧୨୦ ଗ୍ରାମ
ଚିନି- ୧୦୦ ଗ୍ରାମ
ବାଦାମ, କାଜୁ , କିଶମିଶ – ଗାର୍ନିଶ ପାଇଁ

ପ୍ରଣାଳୀ-
ପ୍ରଥମେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ । ଘିଅ ଗରମ ହେବା ପରେ ସେଥରେ ସିମେଇ ପକାଇ ଭାଜନ୍ତୁ । ସିମେଇ ଭାଜି ହେବା ପରେ ସେଥିରେକ୍ଷୀର ପକାନ୍ତୁ ଏବଂ ଫୁଟିବା ପାଇଁ ଦିଅନ୍ତୁ । ଏହା ପରେ ସିମେଇରେ ଖୁଆ, ଚିନି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ସିମେଇ ଗାଢ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହା ପରେ ସିମେଇକୁ ଏକ ଟ୍ରେରେ ଢାଳି ଦିଅନ୍ତୁ । ଏହା ଉପରେ କଟା ଯାଇଥିବା ଡ୍ରାଏ ଫ୍ରୁଟସ ପକାଇ ଗାର୍ନିଶ କରନ୍ତୁ । ଆପଣ ଚାହିଁଲେ ସିଲଭର ୱର୍କ ଲଗାଇ ପାରିବେ । ଏହାକୁ ଥଣ୍ଡା ଦେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ଥଣ୍ଡା ଦେବ ପରେ ମନପସନ୍ଦର ଶେପରେ କାଟି ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More