Only for Entertainment

ସାବଧାନ! ବିବାହ ପରେ ସେକ୍ସ ଜୀବନ ବ୍ୟତିକ୍ରମରେ ସଂପର୍କରେ ଆସିପାରେ ଧୋକା

medimetry
0 79

ବିବାହ ପରେ ସ୍ୱାମୀ ସ୍ତ୍ରୀର ସଂପର୍କକୁ ଦୃଢ ମଜବୁତ କରିବା ପାଇଁ ମନରେ ଚାଲିଥାଏ ଅନେକ ଅଙ୍କକଷା ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱାସୀ ସହଭାଗୀତା ଦ୍ୱାରା ହିଁ ବୈବାହିକ ଜୀବନରେ ଆସିଥାଏ ମଧୁରତା ହୋଇଥାଏ ମହନୀୟତା ସବୁଠୁ ବଡ କଥା ହେଲା ବୈବାହିକ ଜୀବନରେ ସ୍ୱାମୀସ୍ତ୍ରୀମଧ୍ୟରେ ସେକ୍ସ ଜୀବନ ଯାହା ଖୁବ୍ ମହତ୍ୱ ରଖେ ସଂପର୍କରେ ଯଦି କୈାଣସି କାରଣରୁ ସେକ୍ସ ଲାଇଫ୍ ପ୍ରଭାବିତ ହୁଏ ,ତେବେ ଏହାର ସିଧା ପ୍ରଭାବ ପଡିଥାଏ ରିଲେସନସିପ୍ ଉପରେ

ସେକ୍ସ ସଂପର୍କକୁ ନେଇ ସାରା ବିଶ୍ୱରେ ଅନେକ ମତ ମନ୍ତବ୍ୟ ଏକ ୱେବସାଇଟ୍ ଏହାକୁ ରିଲେସନସିପ୍ ସହ ଯୋଡି ଏକ ଅନୁଧ୍ୟାନ କରିଥିଲେ ଏଥିରେ ସାରା ବିଶ୍ୱର ଲୋକେ ଅଂଶ ଗ୍ରହଣ କରିଥିଲେ ଏଥିରୁ ଜଣା ପଡିଥିଲା ସ୍ୱାମୀସ୍ତ୍ରୀ ମଧ୍ୟରେ ସେକ୍ସ ଲାଇଫରେ ବ୍ୟତିକ୍ରମ ଯୋଗୁଁ ସଂପର୍କରେ ମଧୁରତା କମିଯାଉଛି ପୂର୍ବର ସଂପର୍କ ଧିରେଧିରେ ପ୍ରତାରଣାରେ ପରିଣତ ହେଉଛି

ଏଥିରେ ଶତକଡା ୬୦ ପୁରୁଷ ଶତକଡା ୪୫ ମହିଳା ନିଜର ମତ ଦେଇ କହିଥିଲେ ବିବାହ ପରେ ସେମାନେ ନିଜ ପାର୍ଟନରକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି ଯାହା ସେମାନେ ନିଜ ସାଥୀ ଠାରୁ ପାଇବାକୁ ଇଚ୍ଛା କରିଥାନ୍ତି ତାହା ପାଇନାହାଁନ୍ତି ଜଣେ ବ୍ୟକ୍ତି ଲେଖି ଜଣାଇଥିଲେ ସେ ନିଜ ସ୍ତ୍ରୀ ସହ ରୁମମେଟ ଭଳି ରହୁଛନ୍ତି ସେମାନଙ୍କ ଭିତରେ ପ୍ରେମ ସଂପର୍କ ହଜିଯାଇଛି

ୱେବସାଇଟର ଅନୁଧ୍ୟାନରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ମତ ଥିଲା ସେକ୍ସ ପ୍ରେମର ଏକ ଅଂଶ ଯେତେବେଳେ ନିଜ ସାଥି ଠାରୁ ଏହା ଠିକରେ ପାଇନଥାଏ.ସେତେବେଳେ ଅନ୍ୟଆଡୁ ଏହାର ବିକଳ୍ପ ଖୋଜିଥାଏ ମଣିଷ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More