Only for Entertainment

ଅଶ୍ଲୀଳ ଫିଲ୍ମ ଦେଖାଇ ମି ଟୁ କ୍ୟାମ୍ପେନରେ ଫସିଲେ ବିକ୍କୀ କୌଶଳଙ୍କ ବାପା ।

aajtak
37

ଆକ୍ଟର ବିକ୍କୀ କୌଶଳଙ୍କ ବାପା ଏବଂ ବଲିଉଡର ଆକ୍ସନ ଡାଇରେକ୍ଟର ଶ୍ୟାମ କୌଶଳ ମି ଟୁ କ୍ୟାମ୍ପେନ ଜାଲରେ ଫସି ଯାଇଛନ୍ତି । ଅଭୀଯୋଗ ଆଣିଛନ୍ତି ଦୁଇ ଜଣ ମହିଳା । ମହିଳାଙ୍କ କହିବା ଅନୁସାରେ ସୁଟିଂ ସେଟରେ ସେମାନଙ୍କୁ ଶ୍ୟାମ କୌଶଳ ଯୌନ ଦୁର୍ବ୍ୟବହାର କରିଥିଲେ ।ଟ୍ୱିଟରରେ ନମିତା ପ୍ରକାଶ ଏକ ପୋଷ୍ଟ ଜରିଆରେ ଏହି ଘଟଣା ବିଷୟରେ ଜଣାଇଛନ୍ତି ।

 

ନମିତା ୫୬ରୁ ଅଧିକ ଫିଲ୍ମରେ ଆସିଷ୍ଟଂଟ ଡାଇରେକ୍ଟରର କାର୍ଯ୍ୟଭାର ତୁଲାଇ ସାରିଛନ୍ତି । ତାଙ୍କ ଅଭିଯୋଗ ରହିଛିଯେ ୨୦୦୬ରେ ଶ୍ୟାମ କୌଶଲ ଆଉଟ ଡୋର ସୁଟିଂ ସମୟରେ ତାଙ୍କୁ ଭୋଡ଼କା ପିଇବାକୁ ରୁମକୁ ଡାକିଥିଲା । ନମିତାଙ୍କ ମନା କରିବା ପରେ ଶ୍ୟାମ କୌଶଲ ବାରମ୍ବାର ଜିଦି କଲେ ଏବଂ ଏହାପରେ ତାଙ୍କ ପୋର୍ଣ୍ଣ ଫିଲ୍ମ ଦେଖାଇବାକୁ ଲାଗିଲେ ।ଏହାପରେ କେଉଁଭଳି ଭାବରେ ନମିତା ରୁମରୁ ବାହାରି ଆସିଲେ । ନମିତାଙ୍କ ବ୍ୟତୀତ ଅନ୍ୟ ଜଣେ ମହିଳା ମଧ୍ୟ ଶ୍ୟାମଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ କହିବା ଅନୁସାରେ ଶ୍ୟାମ ତାଙ୍କୁ ବାରମ୍ବାର କଲ କରି ଡାକୁଥିଲେ । ମହିଳା ଜଣକ ମନା କରିବା ପରେ ଶ୍ୟାମ ସେଟରେ ତାଙ୍କ ମଜାକ ଉଡ଼ାଇବାକୁ ଲାଗିଲେ । ସେ ମହିଳାଙ୍କୁ ମାନସିକ ସ୍ତରରେ ହାରାସ କରିବାକୁ ଲାଗିଥିଲେ । ଏପର୍ଯ୍ୟନ୍ତ ଶ୍ୟାମଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More