Only for Entertainment

ଆଇଟମ ନମ୍ବରକୁ ନେଇ ଶବାନା ଆଜମୀଙ୍କ ବୟାନ, କହିଲେ ଲେଖିବା ପୂର୍ବରୁ ଦୁଇ ଥର ଭାବ ।

Hindustan Times
0 31

ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ନିକଟରେ ହିନ୍ଦୀ ଫିଲ୍ମର ଆଇଟମ ଗୀତକୁ ନେଇ ବଡ ବୟାନ ଦେଇଛନ୍ତି । ଏକ ଇଣ୍ଟରଭ୍ୟୁରେ ଶବାନା କହିଛନ୍ତି ଗୀତିକାରମାନେ ଏହି ପ୍ରକାର ଗୀତ ଲେଖିବା ପୂର୍ବରୁ ଦୁଇଥର ଭାବିବା ଉଚିତ । ସେ ବୟାନ ଦେଇ କହିଛନ୍ତି, ‘ଫିଲ୍ମରେ ଆଇଟମ ଗୀତର ବ୍ୟବହାରକୁ ମୁଁ ପସନ୍ଦ କରେ ନାହିଁ ।’

ଶବାନା ସଲମାନଙ୍କ ଫିଲ୍ମ ଦବଙ୍ଗ-୨ର ଗୀତ ଫେବିକଲର ଉଦାହରଣ ଦେଇଥିଲେ । ତାଙ୍କ କହିବା ମତରେ ଫିଲ୍ମରେ ଏପରି ଗୀତକୁ ସାମିଲ କରିବାର ଆବଶ୍ୟକତା ନାହିଁ । କାରଣ ଏହି ଗୀତ ଗୁଡିକ କାହାଣୀ ସମ୍ବନ୍ଧିତ ନୁହେଁ । ତେଣୁ ଗୀତକାରମାନଙ୍କୁ ଏପରି ଗୀତ ଲେଖିବା ପୂର୍ବରୁ ଦୁଇଥର ଭାବିବା ଦରକାର ବୋଲ ଶବାନା କହିଛନ୍ତି ।

କହିରଖୁଛୁ ଯେ ଶବାନା ଏହି ଇଣ୍ଟରଭ୍ୟୁରେ ଅନେକ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଏବେ ଫିଲ୍ମରେ ମହିଳାଙ୍କ ଚରିତ୍ରକୁ ପ୍ରାଧାନ୍ୟ ଦିଆଯାଉଛି । ସେମାନଙ୍କୁ ଅସହାୟ ଦେଖାଇବା ବଦଳରେ ମଜବୁତ ଦେଖାଯାଉଛି ଯାହା ଖୁବ ଭଲ କଥା । ଶବାନା ତାଙ୍କ ସମୟର ଜଣେ ପ୍ରତିଭାବାନ କଳାକାର । ସେ ଅନେକ ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More