Only for Entertainment

ସ୍ୱାଇନ ଫ୍ଲୁ’ର ଶିକାର ହେଲେ ଶବାନା ଆଜମୀ, ହସ୍ପିଟାଲରେ ହେଲେ ଭର୍ତ୍ତି !

26

ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଅସଲରେ ଶବାନାଙ୍କୁ ସ୍ୱାଇନ ଫ୍ଲୁ ହୋଇଛି । ଏହିକାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶବାନା କିଛି ଦିନ ହେବ ବେମାର ଥିଲେ । ଡାକ୍ତର ତାଙ୍କ ଚିକିତ୍ସା କରିବା ସମୟରେ କହିଥିଲେ ଯେ ଶବାନା ସ୍ୱାଇନ ଫ୍ଲୁ ରୋଗରେ ପୀଡିତ । ସେ ଏବେ ହସ୍ପିଟାଲରେ । ଶବାନା ଏବେ ଚିକିତ୍ସା ସହ ସମୟର ଭରପୂର ଉପଯୋଗ କରୁଛନ୍ତି । ଶବାନାଙ୍କ ମତାନୁସାରେ ନିଜ ସହ ସମୟ ବିତାଇବା ପାଇଁ ସମସ୍ତଙ୍କୁ ଖୁବ କମ ସମୟ ମିଳେ । ତେଣୁ ଏହା ତାଙ୍କ ପାଇଁ ଏକ ବ୍ରେକ ଭଳି ସମୟ ଅଟେ । ଶବାନା କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାକୁ ଲାଗିଲାଣି ।

ଏଠାରେ ଆମେ କହି ରଖୁଛୁ ଯେ ଶରୀର ଅସୁସ୍ଥ ଥାଇ ମଧ୍ୟ ଶବାନା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ନଜର ଆସୁଛନ୍ତି । ଏହାବ୍ୟତୀତ ସେ ଶୋଭା ଡେଙ୍କ ସହ ଏକ ଫଟୋ ଶେୟାର କରି ସ୍କୁଲ ଦିନକୁ ମନେ ପକାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More