Only for Entertainment

ମିଷ୍ଟ୍ରି ଗର୍ଲ ସହିତ ପାର୍ଟି କରୁଥିବାର ନଜର ଆସିଲେ ଆର‌୍ୟନ ଖାନ, ଫଟୋ ଭାଇରାଲ

latestly
65

ଶାହରୁଖ ଖାନଙ୍କ ପୁଅ ଆର‌୍ୟନ ଖାନ ‘ଦ ଲାୟନ କିଙ୍ଗ’କୁ ନେଇ ଏବେ ଖୁବ ଚର୍ଚ୍ଚାରେ । ନିକଟରେ ରିଲିଜ ହୋଇଥିବା ଏହି ହଲିଉଡ ଫିଲ୍ମର ହିନ୍ଦୀ ଭର୍ସନରେ ଆର‌୍ୟନ ଖାନ ପାପା ଶାହରୁଖ ଖାନଙ୍କ ସହିତ ମିଶି ଭଏସ ଦେଇଛନ୍ତି । ଫିଲ୍ମର ମୂଖ୍ୟ ଭୂମିକାରେ ଥିବା ସିମ୍ବା ପାଇଁ ଆର‌୍ୟନ ନିଜ ଭଏସ ଦେଇଛନ୍ତି । ଆର‌୍ୟନ ଖାନଙ୍କ ଡେବ୍ୟୁକୁ ନେଇ ଦର୍ଶକ ଉତ୍ସାହିତ ଥିବା ବେଳେ ଆରନ୍ୟଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ନିକଟରେ ଆର‌୍ୟନଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଆର‌୍ୟନ ଜଣେ ଅଚିହ୍ନା ଯୁବତୀଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି । ଆର‌୍ୟନଙ୍କ ଏହି ଫଟୋକୁ ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କିଏ ଏହି ଯୁବତୀ ? ଫଟୋରେ ଆର‌୍ୟନ ଏହି ଯୁବତୀଙ୍କ ସହିତ ଖୁବ କଂଫର୍ଟ ଅନ୍ଦାଜରେ ନଜର ଆସିଛନ୍ତି ।

ଯୁବତୀଙ୍କୁ ନେଇ ଚର୍ଚ୍ଚାରେ ଆର‌୍ୟନ ଚର୍ଚ୍ଚାରେ ରହିବାର କାରଣ ହେଉଛି ନିକଟରେ ଖବର ଶୁଣିବାକୁ ମିଳିଥିଲା ଯେ ଆର‌୍ୟନ ଲଣ୍ଡନର ଜଣେ ବ୍ଲଗରଙ୍କୁ ଡେଟ କରୁଛନ୍ତି । କିନ୍ତୁ ଫଟୋରେ ନଜର ଆସିଥିବା ଏହି ଯୁବତୀ ଜଣକୁ ସେହି ବ୍ଲଗର କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More