Only for Entertainment

ଜର୍ଡ଼ନରେ ମିଳିଲା ଅବିକଳ ଶାହାରୁଖ ଖାନଙ୍କ ଭଳି ଦେଖା ଯାଉଥିବା ବ୍ୟକ୍ତି, ଫଟୋ ଭାଇରାଲ

hindirush
200

ବଲିଉଡ ତାରକାଙ୍କ ଭଳି ଦେଖାଯାଉଥିବା କାର୍ବନ କପିଙ୍କ ଫଟୋ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟ ଅତୀତରେ ଅକ୍ଷୟ କୁମାର ଏବଂ ଅନୁଷ୍କା ଶର୍ମାଙ୍କ କାର୍ବନ କପିଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । କେବଳ ସେତିକି ନୁହେଁ କ୍ୟାଟ୍ରିନା କୈଫଙ୍କ କାର୍ବନ କପିକୁ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଜର୍ଡ଼ନରେ ମିଳିଯାଇଛି ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ଭଳି ଅବିକଳ ଦେଖା ଯାଉଥିବା ଜଣେ ବ୍ୟକ୍ତି । ଯାହାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 

 

View this post on Instagram

 

The amazing resemblance well it is Jordan based photographer #akramaleissawi

A post shared by Viral Bhayani (@viralbhayani) on

 

 

View this post on Instagram

 

This gentleman from Jordan gets a lot of stares and attention. But he ain’t complaining as he is loving it. 😎✌

A post shared by Viral Bhayani (@viralbhayani) on

ଜର୍ଡ଼ନରେ ଶାହାରୁଖ ଖାନଙ୍କ ଭଳି ଦେଖା ଯାଉଥିବା ବ୍ୟକ୍ତିଙ୍କ ନାମ ହେଉଛି ଅକରମ । ଏହା ପୂର୍ବରୁ ସେ ୨୦୧୮ରେ ଅଲ ଅରେବିୟା ଚ୍ୟାନେଲରେ ଇଂଟରଭ୍ୟୁ ମଧ୍ୟ ଦେଇ ସାରିଛନ୍ତି । ସ୍ଥାନୀୟ ଲୋକ ତାଙ୍କୁ ଅକରମ କହି ଡାକନ୍ତି । ଅକରମ ପେଶାରେ ଜଣେ ଫଟୋଗ୍ରାଫର । ଅକରମଙ୍କ ସହିତ ଲୋକ ସେଲ୍ଫି ନେବାରୁ ନିଜକୁ ଅଟକାଇ ପାରନ୍ତି ନାହିଁ ।

 

କହିରଖୁଛୁ ୟୁଜର୍ସ ଅକରମଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଶାହାରୁଖ ଖାନଙ୍କୁ ଟ୍ୟାଗ କରୁଛନ୍ତି । କିନ୍ତୁ କିଙ୍ଗ ଖାନଙ୍କ ତରଫରୁ କୌଣସି ପ୍ରତିିକ୍ରୟା ଆସି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More