Only for Entertainment

ବ୍ରାଭୋଙ୍କ ସହିତ ଲୁଙ୍ଗି ଡ୍ୟାନ୍ସ ଗୀତରେ ଝୁମିଲେ ଶାହରୁଖ ଖାନ, ସୋସିଆଲ ମିଡିଆରେ ଛାଇଲା ଭିଡିଓ

ndtv
39

ବଲିଉଡ ଅଭିନେତା ଶାହରୁଖ ଖାନ ଆକ୍ଟିଂ ସହିତ ସ୍ପୋଟସକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ଶାହରୁଖ ଖାନଙ୍କୁ କ୍ରିକେଟକୁ ଏତେ ପସନ୍ଦ କରନ୍ତି ଯେ ସେ ଦୁଇଟି କ୍ରିକେଟ ଟିମ ମଧ୍ୟ କିଣିଛନ୍ତି । କିଙ୍ଗ ଖାନଙ୍କ ‘କୋଲକତା ନାଇଟ ନାଇଡର୍ସ’ ଇଣ୍ଡିଆନ ପ୍ରିମିୟର ଲିଗ ଖେଳୁଥିବା ବେଳେ ଆଉ ଏକ ଟିମ ‘ଟ୍ରିନବାଗୋ ନାଇଟ ରାଇଡର୍ସ’ କ୍ୟରେବିଆନ ପ୍ରିମିୟର ଲିଗ ଖେଳୁଛି । ନିକଟରେ ଶାହରୁଖ ଖାନଙ୍କ ଟିମ ‘ଟ୍ରିନବାଗୋ ନାଇଟ ରାଇଡର୍ସ’ ତିନୋଟି ମୁଖ୍ୟ ମ୍ୟାଚରେ ବିଜୟ ହାସିଲ କରିଛି । ଏହି ବିଜୟକୁ ସେଲିବ୍ରେଟ କରିବା ପାଇଁ ଶାହରୁଖ ଖାନ ନିଜ ଟିମ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି ।

ଏହି ପାର୍ଟିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶାହରୁଖ ଖାନ ଡୱେନ ବ୍ରାଭୋଙ୍କ ସହିତ ନିଜର ସୁପରହିଟ ଗୀତ ‘ଲୁଙ୍ଗି ଡ୍ୟାନ୍ସ’ରେ ଝୁମୁଥିବାର ନଜର ଆସିଛନ୍ତି । ଶାହରୁଖ ଖାନଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ କ୍ଲବ ସେୟାର କରିଛନ୍ତି । ଶାହରୁଖ ଖାନ ଏବଂ ତାଙ୍କ ଟିମଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶାହରୁଖ ଖାନ ଶେଷ ଥର ପାଇଁ ଫିଲ୍ମ ଜିରୋରେ ନଜର ଆସିଥିଲେ । ଏହି ଫିଲ୍ମରେ ଶାହରୁଖ ଖାନଙ୍କ ସହିତ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More