Only for Entertainment

‘ଡନ ୩’ରେ କାମ କରିବା ପାଇଁ ମନା କଲେ ଶାହରୁଖ, ଏହି ସୁପରଷ୍ଟାରଙ୍କୁ ମିଳିଲା ଅଫର

bollywoodfilmfame
42

ଫିଲ୍ମ ‘ଡନ’ ବିଷୟରେ କଥା ହେଲେ ପ୍ରଥମେ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କ ନାମ ସାମ୍ନାକୁ ଆସିଥାଏ । କାରଣ ଦୁହେଁ ପରଦାରେ ଏହିଭଳି ଭାବେ ଡନ ଭୂମିକା ତୁଲାଇଛନ୍ତି ଯେ ଲୋକେ ଆଉ କାହା କଥା ଭାବି ପରିବେ ନାହିଁ । କିନ୍ତୁ ଖୁବ ଶୀଘ୍ର ଏହି ଲିଷ୍ଟରେ ଆଉ ଜଣେ କଳାକାରଙ୍କ ନାମ ଯୋଡି ହୋଇପାରେ ।

ଆପଣ ଭାବୁଥିବା ଆମେ କାହା ବିଷୟରେ କହୁଛୁ ? ଆମେ ଚର୍ଚ୍ଚା କରୁଛୁ ନୂଆ ଜେନେରେସନର ପାୱାର ହାଉସ କଳାକାର ରଣବୀର ସିଂଙ୍କ ବିଷୟରେ । ଯେ ଖୁବ ଶୀଘ୍ର ‘ଡନ ୩’ରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।

ମୁମ୍ବାଇ ମିରର ଅନୁସାରେ ଶାହରୁଖ ଖାନ ଫିଲ୍ମ ‘ଡନ ୩’ରେ କାମ କରିବା ପାଇଁ ମନା କରିଦେଇଛନ୍ତି । ଶାହରୁଖ ମନା କରିବା ପରେ ମେକର୍ସ ରଣବୀର ସିଂଙ୍କୁ ଫିଲ୍ମ ପାଇଁ ଆପ୍ରୋଚ କରିଛନ୍ତି । ଖବର ଅନୁସାରେ ମେକର୍ସ ଏବେ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି । କିନ୍ତୁ ମେକର୍ସ ରଣବୀରଙ୍କୁ ସାଇନ କରିଛନ୍ତି କି ନାହିଁ ତାହା ଉପରେ ଏବେ ପକ୍କା ମୋହର ଲାଗି ନାହିଁ ।

କିନ୍ତୁ ଏହା କୁହାଯାଉଛି ଯେ, ରଣବୀରଙ୍କୁ ମେକର୍ସ ଫାଇନାଲ କରିପାରନ୍ତି କାରଣ, ରଣବୀର ଜୋୟା ଅଖତରଙ୍କ ସହିତ ‘ଦିଲ ଧଡକନେ ଦୋ’ ଏବଂ ‘ଗଲି ବୟ’ ପରି ଫିଲ୍ମ ଦେଇଛନ୍ତି ଏବଂ ଏହା ବକ୍ସ ଅଫିସରେ ସଫଳ ମଧ୍ୟ ହୋଇିଛି । ତେଣୁ ଏକ୍ସେଲ ଏଣ୍ଟରଟେନମେଣ୍ଟ ‘ଡନ ୩’ ପାଇଁ ରଣବୀରଙ୍କୁ ସାଇନ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More