Only for Entertainment

କାହିଁକି ରିକ୍ସା ଚଳାଇବା ପାଇଁ ବାଧ୍ୟ ହେଲେ କିଙ୍ଗ ଖାନ୍ ?

ଜାଣନ୍ତୁ ଭାଇରାଲ ଫଟୋର ସତ୍ୟତା

NDTV
0 43

ବଲିଉଡର ବାଦଶାହ ଶାହାରୁଖ ଖାନ ପୁଣି ଚର୍ଚ୍ଚାରେ । ବାଦଶାହ ଶାହାରୁଖ ଖାନ୍ ରିକ୍ସା ଚାଲଉଥିବାର ଏକ ଫଟୋ ଇଂଟରନେଟରେ ଭାଇରାଲ ହେଉଛି । ବଲିଉଡର କିଙ୍ଗ୍ ଖାନ ରିକ୍ସା ଚଳାଇବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବ । ଆପଣ ନିଶ୍ଚିତ ଭାବୁଥିବେ ଯେ ଏପରି ସମ୍ଭବ କେମିତି ହେଲା । ତେବେ ଶାହାରୁଖ ନିଜେ ଏହି ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି । ଏବେ ଏହି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଇଛି, ଯେଉଁଥିରେ ଶାହରୁଖ ରିକ୍ସା ଚଲାଉଛନ୍ତି । ତାଙ୍କ ସହ କ୍ୟାଟ୍ରିନା ଓ ଅନୁଷ୍କା ଶର୍ମା ବି ଅଛନ୍ତି ।

shah-rukh-zero-759

ଖବର ଅନୁସାରେ, ଶାହାରୁଖ ‘ଜିରୋ’ ସିନେମା ସେଟରେ ଅନୁଷ୍କା ଓ କ୍ୟାଟ୍ରିନାଙ୍କୁ ରିକ୍ସା ଚଲାଇ ବୁଲାଉଥିଲେ । ସୋସିଆଲ ମିଡିଆରେ ଏହି ଫଟୋକୁ ଶାହାରୁଖ ନିଜେ ପୋଷ୍ଟ କରି କହିଥିଲେ ଯେ ‘ସୁନ୍ଦର ସୃତି ପାଇଁ ମୋତେ ଏକ ସବାରୀ ଚଲାଇବାକୁ ପଡିଥିଲା’ ଯାହାକୁ କୁହାଯାଉଛି ‘ଜିରୋ’ । ଏହି ସିନେମା ପୂର୍ବରୁ ତିନି ଜଣ ‘ଜବ ତକ ହୈ ଜାନ’ ରେ ଏକାଠି କାମ କରିଥିଲେ ।

ବର୍ତ୍ତମାନ ଶାହାରୁଖ ଆନନ୍ଦ ଏଲ ରାୟଙ୍କ ସିନେମା ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ବି ନଜର ଆସୁଛନ୍ତି । ଏହି ଫିଲ୍ମକୁ ସମାପ୍ତ କରିବା ପାଇଁ ତିନି ଷ୍ଟାର ଜରଦାର କାମ କରିବାରେ ଲାଗିପଡିଛନ୍ତି । ସିନେମାରେ ଶାହାରୁଖ ଖାନ ବାମନ ଚରିତ୍ରରେ ଅଭିନୟ କରୁଛନ୍ତି ବୋଲି ଅନେକ ସମୟରୁ ଚର୍ଚ୍ଚା ଚାଲିଛି । ଏହା ବ୍ୟତୀତ କ୍ୟାଟ୍ରିନା କୈଫ ବି ଇନଷ୍ଟଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ‘ଜଣେ ଭଲ ଡ୍ରାଇଭରଙ୍କୁ ଆପଣମାନେ ବି ଡାକିପାରିବେ’ ବୋଲି ଫଟୋ ପୋଷ୍ଟ କରି କ୍ୟାଟ୍ରିନା ଲେଖିଛନ୍ତି । ଏହି ତିନ ତାରକା ଅନନ୍ଦ ଏଲ.ରାୟଙ୍କ ସିନେମା ‘ଜିରୋ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More