Only for Entertainment

ଦୀପିକା-ରଣବୀରଙ୍କୁ ବିବାହର ଶୁଭେଚ୍ଛା ଜାଣାଇଲେ ଶାହରୁଖ, କିନ୍ତୁ ପ୍ରିୟଙ୍କାଙ୍କ ବିବାହକୁ ନେଇ କାହିଁକି ଚୁପ ରହିଲେ !

News18
19

ବଲିଉଡ କିଙ୍ଗ ଖାନ ଶାହରୁଖ ୨ ନଭେମ୍ବରରେ ନିଜର ୫୩ ତମ ଜନ୍ମଦିନ ପାଳନ କରିଛନ୍ତି । ଶାହାରୁଖଙ୍କ ଜନ୍ମଦିନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଯେତିକି ସ୍ପେଶାଲ ଥିଲା କିଙ୍ଗ ଖାନଙ୍କ ପାଇଁ ମଧ୍ୟ ସେତିକି ସ୍ପେଶାଲ ଥିଲା କରଣ ତାଙ୍କର ଆଗାମୀ ଫିଲ୍ମ ଜିରୋର ଟ୍ରେଲର ରିଲିଜ ହେଲା ।

ଟ୍ରେଲର ଲଂଚ ଅବସରରେ ଶାହରୁଖଙ୍କୁ ଦୀପିକା- ରଣବୀର ଏବଂ ପ୍ରିୟଙ୍କା-ନିକଙ୍କ ବିଷୟରେ ପଚରାଯାଇଥିଲା । ଏହି ପ୍ରଶ୍ନରେ ଶାହରୁଖ ପ୍ରିୟଙ୍କାଙ୍କ ବିବାହକୁ ନେଇ ଚୁପ ରହିଥିଲେ ଏବଂ ପ୍ରଶ୍ନକୁ ଏଡାଇ ଦେଇଥିଲେ । ଅନ୍ୟପକ୍ଷରେ ଦୀପିକାଙ୍କ ବିବାହ ପ୍ରଶ୍ନରେ କହିଥିଲେ, ‘ଦୀପିକାଙ୍କୁ ବହୁତ ଭଲପାଇବା । ଭଗବାନ ତାଙ୍କୁ ସବୁ ଖୁସି ଦିଅନ୍ତୁ । ବିବାହ ବିଷୟରେ ଜାଣିବା ପରେ ମୁଁ ଦୀପିକାଙ୍କୁ କଲ କରିଥିଲି । ମୁଁ ଯେପରି ବିବାହ ପରେ ଖୁସି ଅଛି ସେ ମଦ୍ୟ ସେହିପରି ଖୁସି ରୁହନ୍ତୁ । ଦୁହିଁଙ୍କୁ ବହୁତ ଭଲପାଇବା ।’

deepika-0shah

କହିରଖୁଛୁ ଯେ, ଶାହରୁଖ-ପ୍ରିୟଙ୍କାଙ୍କ ଆଫେୟର ବିଷୟରେ କାହାକୁ ଅଜଣା ନାହିଁ । ଦୁହେଁ କୁଆଡେ ସିରିୟସ ରିଲେସନସିପରେ ଥଲେ । ଶାହରୁଖଙ୍କ ପତ୍ନୀ ଗୌରୀ ଖାନଙ୍କୁ ଏହି ବିଷୟରେ ଜଣାପଡିବା ପରେ ସେ ପ୍ରିୟଙ୍କା ସହିତ କାମ କରିବା ପାଇଁ ମନା କରିଦେଲେ । ଏହା ପରେ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିଲା ।

srk and pc

ଫିଲ୍ମ ‘ଜିରୋ’ ବିଷୟରେ କହିବାକୁ ଗଲେ ଫିଲ୍ମରେ ଶାହରୁଖଙ୍କ ବ୍ୟତିତ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରୟ । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More