Only for Entertainment

୭୦ରୁ ଅଧିକ ଫିଲ୍ମ କରିଛନ୍ତି ଶାହରୁଖ, କିନ୍ତୁ ଆଜି ମଧ୍ୟ ରହିଛି ଏଥିପାଇଁ ଦୁଃଖ ।

Social News XYZ
30

ସୁପରଷ୍ଟାର ଶାହରୁଖ ଖାନ ନିକଟରେ କହିଛନ୍ତି ଯେ, ତାଙ୍କୁ ଏପର୍ଯ୍ୟନ୍ତ ତାଙ୍କର ଗୋଟିଏ ଫିଲ୍ମ ପାଇଁ ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ମିଳି ନାହିଁ ଏବଂ ଏହାକୁ ନେଇ ତାଙ୍କ ମନରେ ଆଜି ମଧ୍ୟ ଦୁଃଖ ରହିଛି । ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କର ଗୋଟିଏ ଫିଲ୍ମ ମଧ୍ୟ କୋଲକତା ଇଣ୍ଟନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇନାହିଁ । କହିରଖୁଛୁ ଯେ, ନିକଟରେ ତାଙ୍କର ଆଗାମୀ ଫିଲ୍ମ ଜିରୋର ଟ୍ରେଲର କୋଲକତା ଇଣ୍ଟନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ।

ନିକଟରେ ଶାହରୁଖ ନେତାଜୀ ଇନ୍ଦୋର ଷ୍ଟାଡିୟମରେ ପହଁଚିଥିଲେ । ସେଠାରେ ସେ କହିଥିଲେ ଫିଲ୍ମ ପେଷ୍ଟିଭାଲ ଗୁଡିକରେ ମୋତେ କେବଳ ଡ୍ୟାନ୍ସ କରିବା ପାଇଁ ନଚେତ ଲୋକମାନୁଙ୍କୁ ସ୍ୱାଗତ କରିବା ପାଇଁ ଡକାଯାଇଥାଏ । କିନ୍ତୁ କେବେ ଆୱାର୍ଡ ନେବା ପାଇଁ ଡକାଯାଇନି । ଦେଶର ସବୁଠାରୁ ପୁରୁଣା ଫିଲ୍ମ ଫେଷ୍ଟିଭାଲ ମଧ୍ୟରୁ ଏକ କୋଲକତା ଇଣ୍ଟନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ୧୦ ହଜାର ଲୋକଙ୍କ ମଧ୍ୟରେ ଶାହରୁଖ କହିଥିଲେ, ମିଁ ୭୦ ରୁ ଅଧିକ ଫିଲ୍ମ କରିସାରିଛି କିନ୍ତୁ ଫିଲ୍ମ ପାଇଁ ମୋତେ ଆୱାର୍ଡ ମିଳିନାହିଁ । ଏହାର କାରଣ ହୋଇପାରେ ମିଁ ଇଣ୍ଟେଲିଜେଣ୍ଟ ନୁହେଁ କି ସ୍ମାର୍ଟ ନୁହେଁ ।

କହିରଖୁଛୁ ଯେ, ଶାହରୁଖ ଖୁବ ଶୀଘ୍ର ଫିଲ୍ମ ଜିରୋରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଶାହରୁଖ ଖାନ ଏକ ବାମନ ଭୂମିକାରେ ନଜର ଆସିଛନ୍ତି । ଏହା ପୂର୍ବରୁ ତାଙ୍କୁ ଏହି ଭୂମିକାରେ କେବେ ଦେଖିବାକୁ ମିଳିନି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଫିଲ୍ମ ଦେଖିବା ପାଇଁ ଲେକେ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More