Only for Entertainment

ଶ୍ରୀଦେବୀଙ୍କ ଝିଅ ଏବଂ ଶାହରୁଖଙ୍କ ପୁଅ ପଛରେ ପଡିଗଲା ଏହି ଗରିବ ପିଲା, ପଇସା ବଦଳରେ ମିଳିଲା ଏପରି ରିଆକ୍ସନ ।

ndtv
0 60

ସୁପରଷ୍ଟାର ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଆର୍ଯ୍ୟନ ବିଦେଶରେ ରହି ପଢୁଛନ୍ତି ସତ କିନ୍ତୁ ଲାଇମ ଲାଇଟରେ କିପରି ରହିବା ତାହା ତାଙ୍କୁ ବେଶ ଜଣା । ୫ ଅଗଷ୍ଟ ଫ୍ରେଣ୍ଡସିପ ଡେ’ ଅବସରରେ ଆର୍ଯ୍ୟନ ନିଜର କିଛି ବନ୍ଧୁଙ୍କ ସହିତ ବାନ୍ଦ୍ରାର ଏକ ହୋଟେଲରେ ପହଁଚିଥିଲେ । ଏଠାରେ କେବଳ ଆର୍ଯ୍ୟନ ନୁହଁନ୍ତି ଅନେକ ଷ୍ଟାର କିଡ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀଦେବୀଙ୍କ ଛୋଟ ଝିଅ ଖୁସି କପୁର, ସଂଜୟ କପୁରଙ୍କ ଝିଅ ଶନାୟା କପୁର, ସୋହେଲ ଖାନଙ୍କ ପୁଅ ନିର୍ବାଣ ଖାନଙ୍କ ସମେତ ଅନେକ ଷ୍ଟାର କିଡ ଏହି ପାର୍ଟିରେ ସାମିଲ ହୋଇଥିଲେ । ଗୋଟିଏ ସ୍ଥାନରେ ଅନେକ ସେଲିବ୍ରିଟି ଥିବେ ଏବଂ ସେଠାରେ ମିଡିଆ ଏବଂ ଫ୍ୟାନ୍ସ ନଥିବା ଏହା କିପରି ସମ୍ଭବ ହେବ ।

ଷ୍ଟାର କିଡ ମାନଙ୍କୁ ଏକାଠି ଦେଖି ସେଠାରେ ମିଡିଆ ସମେତ ଫ୍ୟାନମାନଙ୍କର ମଧ୍ୟ ଭିଡ ଜମିଥିଲା । ହେଟେଲରୁ ଷ୍ଟାରକିଡ ବାହାରକୁ ଆସିବା ମାତ୍ରେ ସେଠାରେ ଥିବା ଏକ ଗରିବ ପିଲା ସେମାନଙ୍କୁ ପଇସା ମାଗିବାକୁ ଲାଗିଲା ।

 

ଭିଡିଓରେ ଦେଖିବାକୁ ମିଳୁଛି ଯେ ଶାହରୁଖଙ୍କ ପୁଅ ବାହାରକୁ ଆସିବା ମାତ୍ରେ ଗରିବ ପିଲାଟି ତାଙ୍କୁ ପଇସା ମାଗିବାକୁ ଲାଗିଲା । ଏହା ପରେ ଆର୍ଯ୍ୟନ କାରରେ ବସିବା ପୂର୍ବରୁ ସ୍ମାଇଲ କରି ପକେଟକୁ ଖୋଜୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ପଛରେ ଥିବା ଜଣେ ବ୍ୟକ୍ତି ପଇସା ଦେଇଥାନ୍ତି ।

ଅନ୍ୟ ଏକ ଭିଡିଓରେ ପିଲାଟି ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁରଙ୍କୁ ମଧ୍ୟ ପଇସା ମାଗୁଥିବା ଦେଖିବାକୁ ମିଳିଛି । କିନ୍ତୁ ପଇସା ଦେବା ବଦଳରେ ପିଲାଟିକୁ ହସି ଚାଲିଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More