Only for Entertainment

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆଲିଙ୍ଗନ କଲେ କିଙ୍ଗ ଖାନ, ଓଡ଼ିଆ କହି ଜିତିଲେ ସଭିଙ୍କ ମନ !

Masala
32

ଉଦଘାଟନୀ ଉତ୍ସବରେ ବଲିଉଡ ବାଦଶାହାଙ୍କ ଜଲୱା ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ହକିର ଏହି ବର୍ଣ୍ଣାଢ଼୍ୟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଶାହାରୁଖ ଖାନ୍ । ଏହି ଅବସରରେ ହକି ଖେଳାଳି ଓ ସମର୍ଥକଙ୍କୁ ପ୍ରେରଣାଦାୟୀ ବାର୍ତା ଦେଇ କହିଛନ୍ତି, ଦେଶର ଶ୍ରେଷ୍ଠ ହକି ଖେଳାଳି ସୃଷ୍ଟି କରିଥିବା ଭୂମି ହେଉଛି ଓଡ଼ିଶା । ଶେଷରେ ଚକ୍ ଦେ’ ଇଣ୍ଡିଆର ଡାଇଲଗ୍ କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହା ସହ ଓଡ଼ିଆରେ କୃତଜ୍ଞତା ଜଣାଇ ଦର୍ଶକଙ୍କ ମନ କିଣିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରେମ ଓ ସ୍କୁଲ ଦିନର ସ୍ମୃତିକୁ ତାଜା କରି ଦେଇଛନ୍ତି ଶାହାରୁଖ୍ ଖାନ୍ । ନବୀନ ପଟ୍ଟନାୟକ ସ୍କୁଲ ଦିନରେ ହକି ଖେଳୁଥିଲେ ଏବଂ ସ୍କୁଲ ଟିମରେ ଗୋଲ କିପର ଥିବା କଥାକୁ ମଂଚ ଉପରେ ବାଂଟିଥିଲେ ଶାହାରୁଖ୍ । ଏହି ସମୟରେ ମଂଚ ଉପରକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ମଂଚ ଉପରେ ଶାହରୁଖ ଖାନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ବେଳେ ଶାହରୁଖଙ୍କୁ କୁଣ୍ଢେଇ ଥିଲେ ନବୀନ । ସେହିପରି ଯୁବପୀଢ଼ିଙ୍କୁ ହକି ଖେଳିବାକୁ ପରାମର୍ଶ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More