ବିବାହ ବାର୍ଷିକରେ ରୋମାଣ୍ଟିକ ହେଲେ ଶାହରୁଖ ଖାନ, ପତ୍ନୀ ଗୌରୀ ଖାନଙ୍କ ସହିତ ଫଟୋ ସେୟାର କରି ଲେଖିଲେ ଖାସ ସେସେଜ
ନିଜ ଫିଲ୍ମ ଜରିଆରେ କୋଟି କୋଟି ଲୋକଙ୍କ ହୃଦୟ ଜିତି ଆସୁଥିବା ବଲିଉଡ ବାଦଶାହ ଶାହରୁଖ ଖାନ ଜଣେ ସଫଳ ଅଭିନେତା ନୁହଁନ୍ତି ବରଂ ଜଣେ ସଫଲ ପତି ମଧ୍ୟ । ଆଜି ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ୨୮ ତମ ବିବାହ ବାର୍ଷିକ । ଏହି ଖାସ ଅବସରରେ ଶହରୁଖ ଖାନ ନିଜ ଇଂଷ୍ଟାଗ୍ରାମ ରେ ଏକ ଫଟୋ ସେୟାର କରିଛନ୍ତି ।
ଇଂଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଫଟୋରେ ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଶାହରୁଖ ଲେଖିଛନ୍ତି, ‘ସବୁବେଳେ ଏପରି ହିଁ ଲାଗୁଛି ଯେପରି କାଲିର କଥା । ତିନି ଦଶକ ପୂରା ହୋବାକୁ ଯାଉଛି ଏବଂ ତିନି ତିନି ଛୁଆ ମଧ୍ୟ ଅଛନ୍ତି । ମୁଁ ଯେତେ ପରୀ ମାନଙ୍କର କାହଣୀ ଶୁଣିଛି ତାହା ବ୍ୟତିତ ମୁଁ ବିଶ୍ୱାସ କରେ ଯେତେ ସୁନ୍ଦର ହୋଇପାରିବ ମୋତେ ସେହିପରି ସୁନ୍ଦର ପରୀ ମିଳିଛି ।’
ବିବାହ ବାର୍ଷିକରେ ଶାହରୁଖ ସେୟାର କରିଥିବା ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କହିରଖୁଛୁ ଯେ, ପରଦା ପଛରେ ରହି ମଧ୍ୟ ଗୌରୀ ଖାନ ଶାହରୁଖଙ୍କୁ ପ୍ରତି ସମୟରେ ସାଥ ଦେଇଛନ୍ତି । ଗୌରୀ, ଶାହରୁଖ ଖାନଙ୍କ ଅନେକ ହିଟ ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି ।