Only for Entertainment

ବେଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶୀତ ହେବ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’

News Track English
26

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହେବ ପରେ ମଧ୍ୟ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ବେଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଜିରୋ’କୁ ପ୍ରଦର୍ଶୀତ କରାଯିବ । ଏପ୍ରିଲ ୧୩ ରୁ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲର ଆରମ୍ଭ ‘ଦ କମ୍ପୋଜର’ ଫିଲ୍ମରୁ ହେବ । ସେହିପରି ଶାହୁରୁଖ ଖାନଙ୍କ ଫିଲ୍ମ ‘ଜିରୋ’ ସହିତ ଏହି ଫିଲ୍ମ ଫେଷ୍ଟିଭାଲ ଶେଷ ହେବ ।

କହିରଖୁଛୁ ଯେ, ଆନନ୍ଦ ଏଲ ରୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଜିରୋ ଗତ ବର୍ଷ ଡିସେମ୍ବରରେ ରିଲିଜ ହୋଇଥିଲା । ଫିଲ୍ମରେ ଶାହରୁଖ ଖାନ ପ୍ରଥମ ଥର ପାଇଁ ବାମନ ଭୂମିକାରେ ନଜର ଆସିଥିଲେ । ଶାହରୁଖ ଖାନଙ୍କ ବ୍ୟତିତ ଫିଲ୍ମରେ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ନଜର ଆସିଥିଲେ । ଫିଲ୍ମରେ ଅନୁଷ୍କାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More