Only for Entertainment

‘ଜିରୋ’ର ସୁଟିଂ ପରେ ୩ ମାସ ପର୍ଯ୍ୟନ୍ତ କୌଣସି ଫିଲ୍ମର ସୁଟିଂ କରିବେ ନାହିଁ କିଙ୍ଗ ଖାନ ! ଜାଣନ୍ତୁ କାରଣ

Vogue India
0 68

ବଲିଉଡର କିଙ୍କ ଖାନ ଶାହାରୁଖ ବର୍ତ୍ତମାନ ଆନନ୍ଦ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜିରୋ’ର ସୁଟିଂରେ  ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା  ମଧ୍ୟ ନଜର ଆସିବେ । ‘ଜିରୋ’ର  ସୁଟିଂ ଏପ୍ରିଲରେ ଶେଷ ହେବାକୁଯାଉଛି । ସୁଟିଂ ଶେଷ ହେବାପରେ ଶାହାରୁଖ ୩ ମାସ ପର୍ଯ୍ୟନ୍ତ କୌଣସି ଫିଲ୍ମର ସୁଟିଂ କରିବେ  ନାହିଁ । ଆପଣ ଭାବୁଥିବେ ଏପରି କ’ଣ ହେଲା ଯେ  ଶାହାରୁଖ ଫିଲ୍ମର ସୁଟିଂ କରିବେ ନାହିଁ । କଥାଟି ହେଉଛି ‘ଜିରୋ’ର  ସୁଟିଂ ସରିବା ପରେ ଶାହାରୁଖ ‘ସ୍ୟାଲୁଟ’ ପାଇଁ ପ୍ରସ୍ତୁତି ଆରମ୍ଭ  କରିବେ ।

SRK

ସୂଚନା ଅନୁସାରେ  ‘ଜିରୋ’ର ସୁଟିଂ ସରିବା ପରେ  ଶାହାରୁଖ ୩ ମାସ  ପର୍ଯ୍ୟନ୍ତ ‘ସ୍ୟାଲୁଟ’ ପାଇଁ ପ୍ରସ୍ତତ ହେବେ । ରାକେଶ ଶର୍ମାଙ୍କ ଭୂମିକା ତୁଲାଇବା ପାଇଁ ସେ ତିନି ମାସ ପର୍ଯ୍ୟନ୍ତ ରିସର୍ଚ୍ଚ ଟିମର ସାହାଯ୍ୟ ନେବେ ଏବଂ ଏହି ସମୟ ମଧ୍ୟରେ ସେ କୌଣସି ଫିଲ୍ମର ସୁଟିଂ କରିବେ ନାହିଁ । ଏହାପରେ  ସେ  ସେପ୍ଟମ୍ବର ରୁ ନଭେମ୍ବର ପର୍ଯ୍ୟନ୍ତ ‘ସ୍ୟାଲୁଟ’ର ସୁଟିଂ  କରିବେ । ନଭେମ୍ବରରେ ‘ଜିରୋ’ର ପ୍ରମୋଶନ କରିବା ପରେ  ଶାହାରୁଖ ପୁଣିଥରେ ଜାନୁୟାରୀ ୨୦୧୯ରୁ ‘ସ୍ୟାଲୁଟ’ର ସୁଟିଂ କରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୟାଲୁଟର ରିଲିଜ ଡେଟ ନିର୍ଣ୍ଣୟ କରାଯାଇନାହିଁ । ‘ସ୍ୟାଲୁଟ’ ପ୍ରଯୋଜକ ସିଦ୍ଧାର୍ଥ ରାୟ କପୁର ଥିବାବେଳେ ଶାହାରୁଖ  ଏହି ଫିଲ୍ମରେ  ପ୍ରଥମଥର  ପାଇଁ ଏକ  ମହାକାଶଚାରୀଙ୍କ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ଶାହାରୁଖ ନାସାର ବୈଜ୍ଞାନିକ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More