Only for Entertainment

ମହାକାଶଚାରୀ ରାକେଶ ଶର୍ମାଙ୍କ ବାଓପିକରେ ନଜର ଆସିବେ ବାଦଶାହ !

hotfridaytalks
0 46

ବଲିଉଡରେ ପ୍ରସ୍ତୁତ ହେବ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବାଓପିକ୍ । ଆଉ ଫିଲ୍ମରେ ରାକେଶ ଶର୍ମାଙ୍କ ଚରିତ୍ରକୁ ପରଦାରେ ତୁଲାଇବେ ବଲିଉଡ୍ ବାଦଶାହ ଶାହରୁଖ୍ ଖାନ୍ । ଏହି ଅପକମିଂ ବାଓପିକର ଟାଇଟେଲ ରହିଛି ‘ସାଲ୍ୟୁଟ୍’ । ବଲିଉଡ୍ ବାଦଶାହା ନିଜ ଆଗାମୀ ଫିଲ୍ମକୁ ନେଇ ଅଛନ୍ତି ବେଶ ଏକ୍ସାଇଟେଡ ଥିବା ପ୍ରକାଶ ପାଇଛି । ଏଥିରେ ଶାହରୁଖ୍ ଖାନ୍ ଜଣେ ମହାକାଶବିଜ୍ଞାନୀ ଭାବେ ନଜର ଆସିବେ । ତେବେ ପୂର୍ବରୁ ସ୍ୱଦେଶ ଚଳଚ୍ଚିତ୍ରରେ ଶାହରୁଖ ଜଣେ ଆଷ୍ଟ୍ରନଟ୍ର ଭୂମିକା ତୁଲାଇ ସାରିଛନ୍ତି । ମାତ୍ର ଏଥର ତାଙ୍କ ଚରିତ୍ର ରହିବ ଟିକେ ଭିନ୍ନ ଆଉ ଟିକେ ରିୟଲ୍ ।

ଜିରୋର ସୁଟିଂ ଶେଷ ହେବା ପରେ ଶାହରୁଖ୍ ଏହି ଅପକମିଂ ସିନେମାର ସୁଟିଂ ଆରମ୍ଭ କରିବାର ସୂଚନା ରହିଛି । ଆସନ୍ତା ସେପ୍ଟେମ୍ବର ମାସରୁ ଏହି ବାଓପିକର ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି । ଜିରୋ ପାଇଁ ଅନେକ ଭିଏଫ୍ଏକ୍ସ କାମର ଆବଶ୍ୟକତା ରହିଥିବାରୁ ଏହାର ସୁଟିଂ ପାଇଁ ଅଧିକ ସମୟ ଲାଗୁଛି ।
ଆଉ ଏପ୍ରିଲ୍ ମାସ ସୁଦ୍ଧା ଏହାର ସୁଟିଂ ସରିଯିବ ବୋଲି ଶୁଣିବାକୁ ମିଳୁଛି । ପୂର୍ବରୁ ଶୁଣିବାକୁ ମିଳୁଥିଲା ମିଷ୍ଟର ପର୍ଫେକସନିଷ୍ଟ ଆମିର୍ ଖାନ୍, ରାକେଶ ଶର୍ମାଙ୍କ ବାଓପିକ୍ରେ ନଜର ଆସିବେ । ପରେ ଫିଲ୍ମ ନିର୍ମାତା ୟୁଟିଭି ମୋସନ୍ ପିକଚର୍ସ୍ ଏହି ଫିଲ୍ମ ପାଇଁ ଶାହରୁଖ୍ ଖାନ୍ଙ୍କୁ ସାଇନ୍ କରାଇଛନ୍ତି ।

ତେବେ ଶାହରୁଖ୍ ଖାନ୍ଙ୍କ ସହ ଏହି ସିନେମାରେ ନାୟିକା କିଏ ହେବେ ତାହାକୁ ନେଇ ମଧ୍ୟ ନିର୍ମାତାଙ୍କୁ କମ୍ ମେହନତ କରିବାକୁ ପଡିନି । ପୂର୍ବରୁ ଯେତେବେଳେ ଆମିର୍, ସାଲ୍ୟୁଟରେ ଅଭିନୟ କରିବାର ଚର୍ଚ୍ଚା ହେଉଥିଲା, ସେତେବେଳେ ଶୁଣିବାକୁ ମିଳୁଥିଲା ପ୍ରିୟଙ୍କା ତାଙ୍କ ନାୟିକା ଚରିତ୍ରରେ ନଜର ଆସିବେ । ମାତ୍ର ଯେତବେଳେ ଆମିର୍ ଏହି ରୋଲ୍ ପାଇଁ ମନା କରିଦେଲେ ଆଉ ମେକର୍ ଶାହରୁଖ୍ଙ୍କୁ ଫାଇନାଲ୍ କଲେ, ପ୍ରିୟଙ୍କା ମଧ୍ୟ ନିଜ କଥାରୁ ଓହରିଗଲେ । ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଲେ ।

ତେବେ ଏବେ ପ୍ରଶ୍ନ ଉଠୁଛି, ପରଦାରେ ରାକେଶ ଶର୍ମାଙ୍କ ପତ୍ନୀ ଚରିତ୍ର କିଏ ତୁଲାଇବେ । ପ୍ରିୟଙ୍କା ନା, ଆଉ କିଏ । ଯାହାକୁ ନେଇ ପ୍ରଯୋଜକଙ୍କର ଚିନ୍ତା ମଧ୍ୟ ବଢିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More