Only for Entertainment

ଗୌରୀ ଏବଂ ସୁହାନାଙ୍କ ସହ ଋଷି କପୂରଙ୍କୁ ଦେଖାକରିବାକୁ ନ୍ୟୁୟର୍କରେ ପହଂଚିଲେ କିଙ୍ଗ ଖାନ !

navbharattimes
28

ବଲିଉଡ ବାଦଶାହ ଶାହରୁଖ ଖାନ ନିଜ ସ୍ତ୍ରୀ ଗୌରୀ ଖାନ ଏବଂ ଝିଅ ସୁହାନା ଖାନଙ୍କ ସହ ଆଜିକାଲି ନ୍ୟୁୟର୍କରେ ରହୁଛନ୍ତି । ଶାହରୁଖ ନିଜର କିଛି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନ୍ୟୁୟର୍କରେ ଥିବା ଶୁଣିବାକୁ ମିିଳିଛି । ଏହାମଧ୍ୟରେ ଶାହରୁଖ ନିଜ ବ୍ୟସ୍ତତା ଜୀବନ ମଧ୍ୟରୁ ସମୟ ବାହାର କରି ସ୍ତ୍ରୀ ଏବଂ ଝିଅ ସହ ଅଭିନେତା ଋଷି କପୂରଙ୍କୁ ଭେଟିବା ଲାଗି ପହଂଚିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଅଭିନେତା ଦୀର୍ଘ ୨ମାସ ହେବ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଛନ୍ତି । ଋଷି କପୂର ନ୍ୟୁୟର୍କ ଯିବା ପୂର୍ବରୁ ଟ୍ୱିଟ କରି ଜଣାଇଥିଲେ ।

ଶାହରୁଖ ଏବଂ ତାଙ୍କ ପରିବାର ଋଷି କପୂରଙ୍କୁ ଦେଖି ଖୁବ ଖୁସି ହୋଇଥିଲେ ଏବଂ ଋଷି କପୂର ତାଙ୍କୁ ଟ୍ୱିଟ କରି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଶାହରୁଖଙ୍କ ପୂର୍ବରୁ ମଧ୍ୟ ଅନେକ ଷ୍ଟାର ଋଷି କପୂରଙ୍କୁ ଭେଟ କରିସାରିଲେଣି । ଆଜିକାଲି ରଣବୀର କପୂର ନିଜ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ବ୍ୟସ୍ତ ଅଛନ୍ତି ଏବଂ ସୁଟିଂ ଶେଷ କରି ଖୁବ ଶୀଘ୍ର ଖୁବ ଶୀଘ୍ର ନିଜ ବାପାଙ୍କ ପାଖକୁ ନ୍ୟୁୟର୍କ ଫେରିବେ ରଣବୀର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More