Only for Entertainment

କଫି ୱିଥ କରଣ-୬ : ବେବି ବ୍ରଦର ଇଶାନଙ୍କ ସହିତ ଶୋ’ରେ ନଜର ଆସିବେ ସାହିଦ କପୁର, ଭାଇ ସହିତ ମିଶି ଖୋଲିବେ ଅନେକ ରାଜ୍ ।

zee news
29

ସେଲିବ୍ରିଟି ଚାଟ ଶୋ’ ‘କଫି ୱିଥ କରଣ-୬’ କୁ ନେଇ ଏବେ ଖୁବ ଚର୍ଚ୍ଚା । ଚଳିତ ସିଜିନରେ ଭାଇ-ଭଉଣୀ, ବାପା-ଝିଅ, ସ୍ୱାମୀ-ସ୍ତ୍ରୀ ଏବଂ ଭାଇ-ଭାଇ ପରି ଯୋଡି ଶୋ’ରେ ନଜର ଆସିଛନ୍ତି ଏବଂ ଆଗକୁ ମଧ୍ୟ ନଜର ଆସିବେ । କଫି ୱିଥ କରଣର ଏହି ସିଜିନ ସମ୍ପର୍କକୁ ପ୍ରଧାନ୍ୟ ଦେଉଛି । ସାବତ ଭାଇ-ଭଉଣୀ ଅର୍ଜୁନ ଏବଂ ଜାହ୍ନବୀଙ୍କ ପରେ ଏବେ ସାବତ ଭାଇ ଯୋଡି ସାହିଦ କପୁର-ଇଶାନ ଖଟ୍ଟର କରଣଙ୍କ ଶୋ’ରେ ନଜର ଆସିବେ ।

 

View this post on Instagram

 

Brothers in arms! #koffeewithkaran @shahidkapoor @ishaan95 ? @houseofpixels @starworldindia @hotstar

A post shared by Karan Johar (@karanjohar) on

କରଣ ଜୋହର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇ ଭାଇଙ୍କ ସହିତ ଫଟୋ ସେୟାର କରିଛନ୍ତି । ଏହା ସହିତ ସାହିଦ ମଧ୍ୟ ନିଜ ବେବି ବ୍ରଦରଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁଇ ଭାଇ କୁଲ ଅନ୍ଦାଜରେ ନଜର ଆସିଛନ୍ତି ।

 

 

View this post on Instagram

 

Baby boy I always got your back.

A post shared by Shahid Kapoor (@shahidkapoor) on

କହିରଖୁଛୁ ଯେ, ଏହାପୂର୍ବରୁ ସାହିଦ ପତ୍ନୀ ମିରା ରାଜପୁଲଙ୍କ ସହିତ କରଣଙ୍କ ଶୋ’ରେ ନଜର ଆସିଥିଲେ । ଏହି ସିଜିନରେ ତାଙ୍କୁ ଛୋଟ ଭାଇ ଇଶାନଙ୍କ ସହିତ ନଜର ଆସିବେ । ଶୋ’ରେ ଦୁଇ ଭାଇଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ତାହା ଦେଖିବାକୁ ମିଳିବ । ଏହା ସହିତ ଦୁହେଁ ପରସ୍ପରର ଅନେକ ରାଜ ଖୋଲିବେ ବୋଲି ଆଶା କରାଯାଉଛି । ଦର୍ଶକ ଏହି ଏ୍ପିସୋଡକୁ ଦେଖିବା ପାଇଁ ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More