ଦିପାବଳୀରେ ଶାହିଦ ଏବଂ ମୀରାଙ୍କ ସେଲିବ୍ରେଶନ ଫଟୋ ଭାଇରାଲ !
ଦିପାବଳୀର ଖାସ ଅବସରରେ ବି-ଟାଉନ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ଖୁସି ଶେୟାର କରିଛନ୍ତି । ଏହିପରି ଶାହିଦ କପୂର ଏବଂ ପତ୍ନୀ ମୀରା ରାଜପୁତଙ୍କର ମଧ୍ୟ ଫଟୋ ସୋସିଆଲ ମିଡିଆରେ ଶେୟାର ହୋଇଛି । ଫଟୋରେ ମୀରା ତାଙ୍କ ସ୍ୱାମୀଙ୍କ ଓଠକୁ କିସ କରୁଥିବାର ନଜର ଆସିଛନ୍ତି । ମୀରା ନିଜ ଇନଷ୍ଟାଗ୍ରାମରେ ଦିପାବଳୀ ଉତ୍ସବ ପାଳନ କରି ଏହି ଫଟୋ ଶେୟାର କରିଛନ୍ତି । କିଛି ଫ୍ୟାନ୍ସ ଏହି ଫଟୋକୁ ପସନ୍ଦ କରିଛନ୍ତି ତ କିଛି ଫ୍ୟାନ୍ସ ଏହି ଫଟୋ ନାପସନ୍ଦ । ଏହି ଫଟୋରେ ମୀରା କ୍ୟାପସନ ଦେଇଛନ୍ତି ଯେ ‘ସିର୍ଫ ପ୍ୟାର ହି ପ୍ୟାର’ ।
ମୀରାଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋରେ କିଛି ୟୁଜର୍ସ ଲେଖିଛନ୍ତି ଯେ ବାପା-ମା କିମ୍ବା ଭାଇ-ଭଉଣୀଙ୍କ ସହ ବସି ଏହି ଫଟୋ ଦେଖିବା ଉଚିତ ହେବ ନାହିଁ ।