Only for Entertainment

ରିଲିଜ ହେଲା ‘ବତି ଗୁଲ ମିଟର ଚାଲୁ’ର ପ୍ରଥମ ଗୀତ ‘ଗୋଲ୍ଡ ତାମ୍ବା’

youtube
0 45

ଶାହିଦ କପୂର ଖୁବ ଶୀଘ୍ର ଅର୍ଜୁନ ରେଡ୍ଡି ଫିଲ୍ମ ସୁଟିଂ କରିବାକୁ ଯାଉଛନ୍ତି । ଖବର ମୂତାବକ ଶାହିଦ ଅକ୍ଟୋବର ମାସରେ ଏହି ଫିଲ୍ମ ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମ ପୂର୍ବରୁ ସେ ତାଙ୍କର ଅପକମିଂ ଫିଲ୍ମ ‘ବତି ଗୁଲ ମିଟର ଚାଲୁ’ଫିଲ୍ମକୁ ନେଇ ପରଦାରେ ଧମାଲ ମଚାଇବାକୁ ଆସୁଛନ୍ତି । କିଛି ଦିନ ତଳେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଉତ୍ତରାଖଣ୍ଡର ବ୍ୟାକଗ୍ରାଉଂଡକୁ ଧ୍ୟାନରେ ରଖି ପ୍ରସ୍ତ୍ୁତ କରାଯାଇଛି । ଫିଲ୍ମରେ ବିଜୁଳିକୁ ନେଇ ଆସୁଥିବା ବିଲକୁ ନେଇ ପ୍ରସ୍ତୁତ କରାଯାଇଛି । ଟ୍ରେଲର ଆସିବା ମାତ୍ରେ କିଛି ଲୋକ ଖୁସି ଥିବା ବେଳେ ଆଉ କିଛି ଲୋକ ନିରାଶ ହୋଇଥିଲେ ।

ଏବେ ଏହି ଫିଲ୍ମର ପ୍ରଥମ ଗୀତ ସାମ୍ନାକୁ ଆସିଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତରେ ଶାହିଦ କପୂର ଏବଂ ଫିଲ୍ମ ହିରୋଇନ ଶ୍ରଦ୍ଧା କପୂରଙ୍କୁ ନିଆଯାଇଛି । ଏହି ଗୀତକୁ ଗାଇଛନ୍ତି ନକ୍ଷ ଅଜିଜ୍ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ଶାହିଦ ଓକିଲ ଭୂମିକାରେ ନଜର ଆସିବେ । ସେହିଭଳି ଏହି ଫିଲ୍ମରେ ୟାମି ଗୌତମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶ୍ରୀ ନାରାୟଣ ସିଂ ଏବଂ ଏିଂ ଫିଲ୍ମ ୨୧ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More