Only for Entertainment

ପୁଣିଥରେ ବାପା ହେବାକୁ ଯାଉଛନ୍ତି ଶାହିଦ କପୁର, ଇନଷ୍ଟାଗ୍ରାମରେ କଲେ ଘୋଷଣା

DNA India
0 47

ବଲିଉଡ ଅଭିନେତା ଶାହିଦ କପୁର ପୁଣିଥରେ ବାପା ହେବାକୁ ଯାଉଛନ୍ତି । ଏହା ଆମେ ନୁହେଁ ବଂର ଶାହିଦ ନିଜେ କହିଛନ୍ତି । ଶାହିଦ ନିଡ ଇନଷ୍ଟାଗ୍ରାମ ଆକାଉଣ୍ଟ ଏହାର ଘୋଷଣା କରିଛନ୍ତି । ୩୭ ବର୍ଷିୟ ଶାହିଦ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ମିଶାର ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ମିଶା ଶୋଇଥିବା ବେଳେ ତାଙ୍କ ପାଖରେ ଚକରେ କିଛି କଲରଫୁଲ ବେଲୁନର ଚିତ୍ର ଅଙ୍କା ଯାଇଛି ଏବଂ ଏହା ଉପରେ ବିଗ ସିଷ୍ଟର ବୋଲି ଲେଖାଯାଇଛି । ଫଟୋରେ ମିଶା କ୍ୟୁଟ ଲାଗୁଥିବା ବେଳେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ଶାହିଦ ପିତା ହେବାର ଖବର ମଧ୍ୟ ଖେଳିଯାଇଛି । ଏହା ସହିତ ଫ୍ୟାନ୍ସ ଶାହିଦ ଏବଂ ମୀରାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବା ଆରମ୍ଭ କରିଦେଇଛନ୍ତି ।

❤️

A post shared by Shahid Kapoor (@shahidkapoor) on

ଶାହିଦଙ୍କ ଏହି ପୋଷ୍ଟକୁ ତାଙ୍କ ଭାଇ ଇସାନ ଖଟ୍ଟର, ଅର୍ଜୁନ କପୁର, ମଲାଇକା ଅରୋରା ମଧ୍ୟ ଲାଇକ କରିଛନ୍ତି । ଏହି ଫଟୋକୁ ସେୟାର କରିବା ପରେ ୭ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ କରି ସାରିଛନ୍ତି । ମୀରା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋକୁ ସେୟାର କରିଛନ୍ତି । ଏହି ବଡ ଖବର ଶୁଣିବା ପରେ ଫ୍ୟାନମାନଙ୍କ ଶୁଭେଚ୍ଛାର ଶୁଅ ଆରମ୍ଭ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More