Only for Entertainment

ଲଣ୍ଡନରେ କ୍ୱାଲିଟି ଟାଇମ ଉପଭୋଗ କରୁଛନ୍ତି ଶାହିଦ-ମୀରା, ଶେୟାର କଲେ ରୋମାଂଟିକ ଫଟୋ !

30

ବଲିଉଡ ଅଭିନେତା ଶାହିଦ କପୁର ଏବଂ ମୀର ରାଜପୂତ କିଛି ଦିନ ହେବ ଲଣ୍ଡନରେ ଛୁଟି ମନାଉଛନ୍ତି । ଏହି ଛୁଟିର କିଛି ଫଟୋ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଫଟୋରେ ମୀରା-ଶାହିଦଙ୍କ ରୋମାଂଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଦୁହେଁ କଳା ରଂଗର ପୋଷାକ ପରିଧାନ କରିଛନ୍ତି ।

ଫଟୋର ଶାହିଦ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି । ସେହିଭଳି ମୀରା ଶାହିଦଙ୍କ ଗଳା ପାଖେ ହାତ ରଖି ପୋଜ ଦେଇଛନ୍ତି । ଫଟୋରେ ଦୁହେଁ ମେଡ ଫର ଇଚ ଅଦର ନଜର ଆସିଛନ୍ତି । ସେହିଭଳି ମୀରା ଟ୍ରିପ ଫଟୋ ଇପଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଫଟୋ ଶେୟାର କରି ମୀରା କ୍ୟାପଶନ ଦେଇଛନ୍ତି ଇଟ୍ସ କ ୱେ ଅଫ ଲାଇଫ ।

 

View this post on Instagram

 

It’s a way of life ✌?

A post shared by Mira Rajput Kapoor (@mira.kapoor) on


ଶାହିଦ ଙ୍କ କାମ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ଫିଲ୍ମ କବୀର ସିଂରେ ନଜର ଆସିବେ । ଫିଲ୍ମର ଟିଜର ରିଲିଜ ହୋଇସାରିଲାଣି । କବୀର ସିଂ ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡି ରିମେକରେ ନଜର ଆସିବେ ।

ସନ୍ଦୀପ ବାଙ୍ଗା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏବଂ ଫିଲ୍ମରେ କିୟାରା ଆଡଭାଣୀ ଶାହିଦଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମ ୨୧ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More