Only for Entertainment

ଝିଅ ମିଶାଙ୍କ ସହିତ ବାଇକ ରାଇଡରେ ବାହାରିଲେ ସାହିଦ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

insta pic of shahidkapoor
22

ବଲିଉଡ- ଅଭିନେତା ସାହିଦ କପୁର ଏବେ ନିଜର ଆଗାମୀ ଫିଲ୍ମ ‘କବୀର ସିଂ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପରେ ମଧ୍ୟ ସେ ପରିବାର ପାଇଁ ସମୟ ବାହାର କରିନିଅନ୍ତି । ନିକଟରେ ସାହିଦ ନିଜ ଇଂଷ୍ଟାଗ୍ରାମା ଆକାଉଣ୍ଟରେ ଏକ ଫଟୋ ସୋୟାର କରିଛନ୍ତି । ଫଟୋରେ ସାହିଦ ଏବଂ ଝିଅ ମିଶା ବାଇକ ଉପରେ ବସିଥିବାର ନଜର ଆସିଛନ୍ତି । ଫଟୋରେ ବାପା-ଝିଅଙ୍କ କ୍ୟୁଟ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସାହିଦ କ୍ୟାପସନରେ ଲେଖିଥିଲେ, ‘କାରଣ ସେ ଜାଣିଛି ସେ ଏସବୁ ଭଲ ଭାବେ କରିପାରିବ’ ।

 

 

View this post on Instagram

 

Cause she knows she can do it all better.

A post shared by Shahid Kapoor (@shahidkapoor) on

ସାହିଦ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଏବଂ ଅନେକ ଫଟୋ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । ସାହିଦଙ୍କ ଆଗାମୀ ଫିଲ୍ମ ‘କବୀର ସିଂ’ ବିଷୟରେ କହିବାକୁ ଗଲେ ଏହା ତେଲଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ଅଫିସିଆଲ ହିନ୍ଦୀ ରିମେକ । ଫିଲ୍ମରେ ତାଙ୍କ ଅପୋଜିଟରେ କିଆରା ଆଡଭାଣୀ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ସନ୍ଦୀପ ବାଙ୍ଗା । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More