Only for Entertainment

ରିଲିଜ ହେଲା ‘କବିର ସିଂ’ର ଧମାକାଦାର ଟିଜର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସାହିଦ କପୁର

Latestly
23

ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଫିଲ୍ମ ‘କବୀର ସିଂ’ର ଟିଜର ଆଜି ରିଲିଜ ହୋଇଛି । ଏକ ମିନିଟର ଏହି ଟିଜରରେ ଅଭିନେତା ସାହିଦ କପୁର ଦମଦାର ଭୂମିକାରେ ନଜର ଆସିଛନ୍ତି । ଟି ସିରିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓକୁ ଅପଲୋଡ କରାଯାଇଛି । ଅପଲୋଡ ହେବାର ମାତ୍ର ଏକ ଘଣ୍ଟା ମଧ୍ୟ ଏହି ଟିଜର ଭିଡିଓକୁ ୪୭ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଛି । ଫିଲ୍ମର ଟିଜର ରିଲିଜ ହେବା ପରେ ଦର୍ଶକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ, ଫିଲ୍ମ ‘କବିର ସିଂ’ ସାଉଥ ଇଣ୍ଡିଆନ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଫିଲ୍ମ ଅର୍ଜନ ରେଡ୍ଡୀରେ ବିଜୟ ଦେବରକୋଣ୍ଡା ନଜର ଆସିଥିଲେ । ଫିଲ୍ମର ସଫଳତାକୁ ଦେଖି ମେକର୍ସ ଏହାର ଦିନ୍ଦୀ ରିମେକ ପାଇଁ ଚିନ୍ତା କରିଥିଲେ । ଫିଲ୍ମ ‘କବିର ସିଂ’ରେ ପ୍ରଥମ ଥର ପାଇଁ କିଆରା ଆଡଭାଣୀ ସାହିଦଙ୍କ ସହିତ ବଡ ପରଦାରେ ନଜର ଆସିବେ । ଏହା ପୂର୍ବରୁ ଦୁହେଁ ଉର୍ବଶୀ ମ୍ୟୁଜିକ ଭିଡିଓରେ ନଜର ଆସିଥିଲେ ।

ଫିଲ୍ମ କବିର ସିଂର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ଦେଇଥିବା ବେଳେ ଏହାକୁ ମିଳିତ ଭାବେ ପ୍ରଡ୍ୟୁସ କରୁଛନ୍ତି ଭୂଷଣ କୁମାର, ମୁରାଦ ଖେତେନି, କ୍ରଷ୍ଣା କୁମାର ଏବଂ ଅଶ୍ୱନୀ ଭର୍ଦେ । ଫିଲ୍ମ ୨୧ ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More