Only for Entertainment

ଶାହାରୁଖଙ୍କ ନିକଟରେ ବସିଥିବା ଏହି ବ୍ୟକ୍ତିକୁ ନେଇ ଚାଲିଛି ରଙ୍ଗ ଭେଦର ଅଜବ ଆଲୋଚନା, ଟ୍ରୋଲର୍ସଙ୍କୁ ଫ୍ୟାନ ଦେଲେ କଡ଼ା ଜୱାବ ।

ndtv
44

ବଲିଉଡ ଆକ୍ଟର ଶାହାରୁଖ ଖାନଙ୍କ ସହିତ ତାମିଲ ନିର୍ଦ୍ଦେଶକ ଏଟଲୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚେନ୍ନାଇର ଏମଏ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମର ଏହି ଫଟୋରେ ଶାହାରୁଖ ଏବଂ ଏଟଲୀ ଏକା ସାଙ୍ଗରେ ବସି ମ୍ୟାଚ ଦେଖିବାର ମଜା ନେଉଛନ୍ତି । ଶାହାରୁଖଙ୍କ ନିକଟରେ ବସିଥିବା ଏଟଲୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ତ୍ୱଚାର ରଙ୍ଗକୁ ନେଇ ହେଉଥିବା ଆଲୋଚନା ଏବଂ କମେଂଟ କିଛି ଫ୍ୟାନଙ୍କ ଭାବନାକୁ କଷ୍ଟ ପହଂଚାଇଛି । ଯାହା ଦ୍ୱାରା ସେମାନେ ଟ୍ରୋଲର୍ସଙ୍କୁ କଡ଼ା ଜୱାବ ଦେଇଛନ୍ତି ।

ଫ୍ୟାନ କମେଂଟରେ ଲେଖିଛନ୍ତି ତ୍ୱଚାର ରଙ୍ଗକୁ ନେଇ ଯେଉଁ ଏଟଲୀଙ୍କ ମଜାକ ଉଡ଼ାଯାଉଛି ସେ ନିଜ ପରିଶ୍ରମରେ ସଫଳତା ପାଇ ଶାହାରୁଖଙ୍କ ନିକଟରେ ବସିଛନ୍ତି । ସେ ସେତିକି ସଫଳତା ହାସଲ କରିଛନ୍ତି ।

ଅନ୍ୟ ଜଣେ ଲେଖିଛନ୍ତି ଏଭଳି କମେଂଟ ଦେଖି ଖରାପ ଲାଗୁଛି । ଆଜି ଏଟଲୀଙ୍କ ପତ୍ନୀ ଗର୍ବ ଅନୁଭବ କରୁଥିବେଯେ ତାଙ୍କପତି ଶାହାରୁଖଙ୍କ ନିକଟରେ ବସିଛନ୍ତି ଏବଂ ତାହା ପୁଣି ନିଜ ପରିଶ୍ରମରେ ।

କେବଳ ସେତିକି ନୁହେଁ ଅନ୍ୟ ଜଣେ କମେଂଟରେ ଲେଖିଛନ୍ତି ଆଜି ଯେଉଁମାନେ ମଜାକ ଉଡ଼ାଉଛ ଜାଣିବା ଦରକାର ତୁମ ପୂର୍ବ ପୁରୁଷଙ୍କ ରଙ୍ଗ ମଧ୍ୟ ସେହିଭଳି ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More