Only for Entertainment

୧୭ ବର୍ଷ ପରେ ବଡ଼ ଧମାକା କରିବେ ଶାହାରୁଖ ଓ ସଂଜୟ ଲୀଲା ଭଂସାଲୀ ।

bollywood tadka
28

ବଲିଉଡ ବାଦଶାହ ଶାହାରୁଖଖାନ ଏବେ ଖୁବ ଚର୍ଚ୍ଚାରେ । ୧୭ ବର୍ଷ ପୁର୍ବେ ଶାହାରୁଖ ଏବଂ ସଂଜୟ ଲୀଲା ଭଂସାଲୀ ଏକା ସାଙ୍ଗରେ ଫିଲ୍ମ ଦେବଦାସରେ କାମ କରିଥିଲେ । ବର୍ତ୍ତମାନର ଖବର ଅନୁସାରେ ଏବେ ଦୁଇ ଜଣ ପୁଣିଥରେ କିଛି ବଡ଼ ଧମାକା କରିବାକୁ ଯାଉଛନ୍ତି । ଶାହାରୁଖ ଏବଂ ଭଂସାଲୀ ଟାଇଟଲ ଇଜହାର ରେଜିଷ୍ଟ୍ରେସନ କରି ସାରିଛନ୍ତି । ଶାହାରୁଖଙ୍କ ପ୍ରଡକ୍ସନ ହାଉସ ରେଡ ଚିଲ୍ଲୀ ଏଂଟରଟେନମେଂଟ ଏବଂ ଭଂସାଲୀଙ୍କ ପ୍ରଡକ୍ସନ ହାଉସ ଏହା ନିର୍ମାଣ କରିବେ । କୁହାଯାଉଛିଯେ ଶାହାରୁଖ ସ୍କ୍ରିପ୍ଟ ଦେଖି ସାରିଛନ୍ତି । ଏବେ କାଷ୍ଟିଂ ଏବଂ ଲୋକେସନ ଫାଇନାଲ ହେବା ବାକି ରହିଛି ।

ଖବର ଅନୁସାରେ ଶାହାରୁଖ ଫିଲ୍ମରେ ଲିଡ ଚରିତ୍ରରେ ନଜର ଆସିପାରନ୍ତି । ଅବଶ୍ୟ ଏହି ବିଷୟରେ ଘୋଷଣା ହୋଇନାହିଁ । ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ ତାହାର ମଧ୍ୟ ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ । ଏହା ସହିତ କାହାଣୀ ବିଷୟରେ ମଧ୍ୟ କିଛି କୁହାଯାଇନାହିଁ । ସେ ଯାହା ହେଉ ଦୁଇଜଣଙ୍କୁ ୧୭ ବର୍ଷ ପରେ କାମ କରିବାର ଦେଖିବାର ସୁଯୋଗ ଦର୍ଶକଙ୍କୁ ମିଳିବ ଏହାଠାରୁ କିଛଇ ବଡ଼ କଥା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More