Only for Entertainment

ଖୁବଶୀଘ୍ର ଖଳାନାୟକ ଚରିତ୍ରରେ ନଜର ଆସିବେ ଶାହାରୁଖ ଖାନ ।

24

ବଲିଉଡ ଆକ୍ଟର ଶାହାରୁଖ ଖାନ ଏବେ ଖୁବ ଚର୍ଚ୍ଚାରେ । ଶାହାରୁଖଙ୍କୁ ନେଇ ଖବର ଆସିଛିଯେ ସେ ଦକ୍ଷିଣ ଭାରତୀୟ ଫିଲ୍ମ ଥାଲାପୈଥି ୬୩ରେ ଖଳନାୟକ ଚରିତ୍ରରେ ନଜର ଆସିବେ । ବଲିଉଡରେ ଚର୍ଚ୍ଚା ହେଉଛିଯେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ଥାଲାପୈଥି ୬୩ରେ ଖଳନାୟକ ଚରିତ୍ରରେ ନଜର ଆସିବେ ।

ଏହି ରୋଲ ତାଙ୍କର ଅନ୍ୟ କ୍ୟାମିଓ ଭଳି ହେବ ନାହିଁ ଏବଂ ସେଫିଲ୍ମରେ ମୁଖ୍ୟ ଭିଲେନ ଚରିତ୍ରରେ ନଜର ଆସିବେ । ତାଙ୍କ ରୋଲ ୧୫ ମିନିଟରୁ ଅଧିକ ହେବ, ଯେଉଁଥିରେ ବିଜୟଙ୍କ ସହିତ ଲଢୁଥିବାର ନଜର ଆସିବେ ।

କୁହାଯାଉଛିଯେ ଫିଲ୍ମ ନିର୍ମାତାଙ୍କୁ ଏହି ରୋଲ ପାଇଁ ବଲିଉଡର କୌଣସି ଲିଡ ଆକ୍ଟର ଆବଶ୍ୟକ ଥିଲେ । ପରେ ଏହି ରୋଲ ପାଇଁ ଶାହାରୁଖଙ୍କୁ ଆପ୍ରୋଚ କରାଗଲା ଏବଂ ସେ ଏହି ଫିଲ୍ମରେ କାମ କରିବା ପାଇଁ ହଁ ମଧ୍ୟ କଲେ । ତାଙ୍କ ସୁଟ ୪ରୁ ୫ ଦିନରେ ହୋଇଯିବ । ଏପର୍ଯ୍ୟନ୍ତ ବିଚାର ଚାଲୁଛିଯେ ସୁଟିଂ ଚେନ୍ନାଇ କିମ୍ବା ମୁମ୍ବାଇରେ ହେବ । ଅବଶ୍ୟ ଏପର୍ଯ୍ୟନ୍ତ ଏହାର ଆଧିକାରୀକ ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More