Only for Entertainment

ହଲିଉଡରେ କାମ କରିବା ନେଇ ଶାହାରୁଖ ଖାନଙ୍କ ବଡ ବୟାନ: କହିଲେ ଇଂରାଜୀରେ ମୁଁ ଦୁର୍ବଳ ।

Wall Street Journal
0 35

ବଲିଉଡ ବାଦଶାହା ଶାହାରୁଖ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆନନ୍ଦ ଏଲ ରାୟଙ୍କ ଏହି ଫିଲ୍ମରେ ଶାହାରୁଖଙ୍କ ସହ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ ନଜର ଆସିବେ । ଫିଲ୍ମର ସୁଟିଂ ଶେଷ ହୋଇଗଲାଣି ଏବଂ ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ଆରମ୍ଭ ହୋଇ ଗଲାଣି । ଇତି ମଧ୍ୟରେ ଶାହାରୁଖ ଖାନ ନିଜର ଏକ ଇଣ୍ଟରଭ୍ୟୁକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ।

ଇଣ୍ଟରଭ୍ୟୁରେ ଶାହାରୁଖ ଖାନ ହଲିଉଡରେ କାମ କରିବା ନେଇ ଦେଇଥିବା ଏକ ବଡ ବୟାନ ସାମ୍ନାକୁ ଆସିଛି । ଇଣ୍ଟରଭ୍ୟୁରେ ଶାହାରୁଖଙ୍କୁ ପଚରାଯାଇଥିଲା କ’ଣ ଆପଣଙ୍କ ପାଖରେ ନସିରୁଦ୍ଧିନ ଶାହା, ଇଫାନ ଖାନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ହଲିଉଡର ଅଫର ଅଛି? ଏଥିରେ ଶାହାରୁଖ ଖାନଙ୍କ ଉତ୍ତର ଥିଲା, ଯଦି ସେମାନଙ୍କର ମତେ ନେଇ କାମ କରାଇବାକୁ ଇଚ୍ଛା ଥାଏ, ତେବେ ସେମାନେ ମୋ ପାଖକୁ ଆସିବେ, ମୁଁ ସେମାନଙ୍କ ପାଖକୁ ନୁହେଁ ।

shah rukh

ଏହା ପରେ କିଙ୍ଗ ଖାନ୍ ଭିନ୍ନ ଧରଣର ଉତ୍ତର ରଖି କହିଥିଲେ, ମୁଁ ପ୍ରତିଦିନ ଚାନ୍ଦକୁ ଦେଖୁଛି, କିିନ୍ତୁ ଛୁଇଁ ପାରୁନି । ହଲିଉଡିରେ କାମ କରିବାର ଟ୍ରେଣ୍ଡ ଓମ୍ ପୁରୀ ପ୍ରଥମେ ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ପ୍ରିୟଙ୍କା ମଧ୍ୟ ହଲିଉଡରେ କାମ କରୁଛନ୍ତି । ନବାଜୁଦ୍ଧିନ ସିଦ୍ଧିକି ମଧ୍ୟ ଗୋଟିଏ ଫିଲ୍ମରେ କାମ କରି ସାରିଛନ୍ତି । କେତେକ ଫିଲ୍ମରେ ଅମିତାଭ ମଧ୍ୟ କାମ କରି ସାରିଛନ୍ତି । ଏପରିକି ଅନୁପମ ଖେର ମଧ୍ୟ ବହୁତ ଭଲ କାମ କରନ୍ତି । ମତେ କାହିଁ ଲାଗୁନି, ମୁଁ ହଲିଉଡ ପାଇଁ ଫିଟ୍ । ବୋଧ ହୁଏ ମୋ ଇଂରାଜୀ ବହୁତ କମଜୋର୍ ଅଟେ । ମୁଁ କେବଳ ବଲିଉଡ ଫିଲ୍ମ ବିଷୟରେ ଭାବିଥାଏ । ମତେ ଅଧିକ ଭଲ ଲାଗିବ, ‘ଯଦି କେଉଁଦିନ ଟର୍ମ କ୍ରୁଜ ଆସି କହିବେ, ମତେ ହିନ୍ଦି ଫିଲ୍ମରେ କାମ କରିବାର ଅଛି’ । ଏହା ଏକ ସ୍ୱଭାଗ୍ୟର କଥା ହେବ । ଆଉ ଏ ଦିନ ମଧ୍ୟ ନିଶ୍ଚିନ୍ତ ଆସିବ ।

ଏଥି ସହ ଶାହାରୁଖ ଖାନ ବଲିଉଡ ବାବଦରେ କହିଥିଲେ, ଏହା ଏକ ପୁରୁଷ ପ୍ରାଧାନ୍ୟ ଇଣ୍ଡଷ୍ଟ୍ରି ଅଟେ । ଆପଣ ଏହାକୁ ଅଣଦେଖା କରି ପାରିବେ ନାହିଁ । ମୋତେ ଭଲ ଲାଗିବ ଯଦି ଏହା ବଦଳିବ । ଅଭିନେତା ଏବଂ ଅଭିନେତ୍ରୀଙ୍କୁ ସମାନ ଫିସ ପାଇବା ଦରକାର । ଏହା କ’ଣ ପାଇଁ ଏତେ କଠିନ ଜଣା ନାହିଁ । ସମସ୍ତଙ୍କୁ ନିଜ ନିଜର କାମ ପାଇଁ ଆବଶ୍ୟକୀୟ ଦରମା ମିଳିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More