Only for Entertainment

ଏକତା କୁପରଙ୍କ ଶୋ’ ‘କସୌଟି ଜିନ୍ଦଗୀ କି’ରେ ହେବ ଶାହରୁଖ ଖାନଙ୍କ ଏଣ୍ଟ୍ରି, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ ନଜର ।

Bumppy
0 43

ଏକତା କପୁରଙ୍କ ପପୁଲାର ସିରିଏଲ ‘କସୌଟି ଜିନ୍ଦଗୀ କି’ ୧୦ ସେପ୍ଟେମ୍ବରରୁ ଅନ ଏୟାର ହେବାକୁ ଯାଉଛି । ନିକଟରେ ଏହି ସିରିଏଲକୁ ନେଇ ଏକ ବଡ ବୟାନ ସାମ୍ନାକୁ ଆସିଛି । ଖବର ଅନୁସାରେ ସିରିଏଲରେ ବଲିଉଡ କିଙ୍କ ଖାନଙ୍କର ଏଣ୍ଟ୍ରି ରହିଛି । ସିରିଏଲରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

saharukh

ରିପୋର୍ଟ ଅନୁସାରେ ଶାହରୁଖ ଖାନ ସିରିଏଲରେ ନ୍ୟାରେଟର ଭୂମିକାରେ ନଜର ଆସିବେ । ସିରିଏଲରେ ସେ ଅନୁରାଗ ଏବଂ ପ୍ରେରଣା ତରିତ୍ରକୁ ଦର୍ଶକଙ୍କ ସହିତ ପରିଚିତ କରାଇବେ । ଏହି ଖବର ଶୁଣିବା ପରେ ଆପଣଙ୍କର ମଧ୍ୟ ସିରିଏଲକୁ ନେଇ ଉତ୍ସାହ ବଢିଯାଇଥିବ ।

କହିରଖୁଛୁ ଯେ ଏହି ସିରିଏଲରେ କୁଛ ରଙ୍ଗ ପ୍ୟାର କେ ଏସେ ଭି ଫେମ ଏରିକା ଫର୍ଣ୍ଣାଡିଜ ପ୍ରେରଣା ବାସୁ ରୋଲରେ ନଜର ଆସିବେ । ତାଙ୍କ ଅପୋଜିଟରେ ପାର୍ଥ ନଜର ଆସିବେ । ତେବ ସିରିଏଲରେ ନେଗେଟିଭ କ୍ୟାରେକ୍ଟରରେ ହିନା ଖାନ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ସିରିଏଲରେ ପୂଜା ବନର୍ଜୀ, ସାହିଲ ଆନନ୍ଦ, କାଳୀ ପ୍ରସାଦ ମୁଖର୍ଜୀ, ଅନ୍ତରା ବନାର୍ଜୀ ଏବଂ ଉଦୟ ତିକେକର ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More