Only for Entertainment

ରୁପେଲି ପରଦାରେ ପୁଣି ଥରେ ଦେଖିବାକୁ ମିଳିବ ଶାହରୁଖ ଏବଂ ମାଧୁରୀଙ୍କ ଯୋଡି !

36

ବଲିଉଡ ଅଭିନେତା ଶାହାରୁଖ ଖାନ କିଛି ଦିନ ହେବ ଅନେକ ଚର୍ଚ୍ଚା ସାଉଂଟୁଛନ୍ତି । ନିକଟରେ ଶାହାରୁଖଙ୍କ ‘ଫ୍ୟାନ’ , ‘ଜବ ହ୍ୟାରି ମେଟ ସେଜଲ’ , ‘ଜିରେ’ ଭଳି ଫିଲ୍ମ ବକ୍ସ ଅଫିସରେ ଅସଫଳ ପ୍ରମାଣ ହୋଇଥିଲା । ଅସଫଳତା ପରେ ଶାହାରୁଖ ଖାନ ଏବେ ଚିନ୍ତାରେ ପଡିଯାଇଛନ୍ତି ଯେ କେଉଁ ଫିଲ୍ମ କରିବେ ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗି ରହିବ । ଜିରୋ ଫିଲ୍ମ ପରେ ତାଙ୍କୁ ବଡ ଝଟକା ଲାଗିଥିବାରୁ ସେ କୌଣସି ଫିଲ୍ମ ଆଉ ସାଇନ କରୁନାହାନ୍ତି କେବଳ ସ୍କ୍ରିପ୍ଟ ପଢୁଛନ୍ତି ।

ସୂଚନାଯୋଗ୍ୟ ଯେ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇନସ୍ପେକ୍ଟର ଗାଲିବ’ ସ୍କ୍ରିପ୍ଟ କିଙ୍ଗ ଖାନଙ୍କୁ ପସନ୍ଦ ଆସିଛି । ଯଦି ଶାହାରୁଖ ଏହି ଫିଲ୍ମ ପାଇଁ ରାଜି ହୋଇଯାଆନ୍ତି ତେବେ ସେ ପୁଲିସ ଅବତାରରେ ନଜର ଆସିବେ । ଫିଲ୍ମ ପାଇଁ ମାଧୁରୀ ଦିକ୍ଷୀତଙ୍କୁ ମଧ୍ୟ ନିଆଯାଇପାରେ । ଆଜ୍ଞା ହଁ ଖବର ମୁତାବକ ଶାହାରୁଖ ଏବଂ ମାଧୁରୀ ଦିକ୍ଷୀତଙ୍କ ସୁପରହିଟ ଯୋଡି ରୁପେଲି ପରଦାରେ ପୁଣି ଥରେ ନଜର ଆସିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More