Only for Entertainment

ସାମ୍ନାକୁ ଆସିଲା ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ ଡେଟ ।

allindiaroundup
31

ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ଖୁବଶୀଘ୍ର ଅପକମିଂ ମୁଭି ‘ଜିରୋ’ ରେ ଦେଖିବାକୁ ମିଳିବ । ପୂର୍ବରୁ ଏହାର ଟିଜର ରିଲିଜ ହେଇସାରିଥିବା ବେଳେ ଏବେ ଏହାର ଟ୍ରେଲର ରିଲିଜ ଡେଟ ସାମନାକୁ ଆସିଛି । ଆସନ୍ତା ନଭେମ୍ବର ୨ ତାରିଖ ଦିନ ଶାହାରୁଖ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଜିରୋ’ ର ଟ୍ରେଲର ରିଲିଜ ହେବ ବୋଲି ସୂଚନା ମିଳିଛି ।

zero1

ଟିଜରରେ ସଲମାନ ଖାନ ଏବଂ ସାହରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା ଯାହାକୁ ଦେଖିବାପରେ ଦର୍ଶକେ ଏହାକୁ ଆହୁରି ଉତ୍ସକତାର ସହିତ ଅପେକ୍ଷା କରି ରହିଛନ୍ତି । ଚଳିତ ବର୍ଷ ଠଗ୍ସ ଅଫ ହିନ୍ଦୁସ୍ତାନ ପରେ ବଲିଉଡର ଆଉ ଏକ ହାଇବଜେଟ ଫିଲ୍ମ ହେଉଛି ଜିରୋ । ଆନନ୍ଦ ଏଲ ରୋୟଙ୍କ ଦ୍ୱାରା ପ୍ରସ୍ତିୁତ କରାଯାଇଥିବା ଏହି ଫିଲ୍ମଟି ଅତ୍ୟନ୍ତ ଖାସ ରହିଛି । ଏହି ଫିଲ୍ମ ଜରିଆରେ ଆନନ୍ଦ ଏଲ ରୟ ପ୍ରଥମ ଥର ପାଇଁ ଶାହରୁଖଙ୍କ ସହିତ କାମ କରିଛନ୍ତି, ଯାହାକୁ ନେଇ ବେସ ଏଳ୍ସାଇଟେଡ ଅଛନ୍ତି ସମସ୍ତେ ।

ଫିଲ୍ମରେ ଶାହରୁଖ ଜଣେ ବାମନ ଚରିତ୍ରରେ ନଜର ଆସିଛନ୍ତି । ଶାହାରୁଖଙ୍କ ବ୍ୟତୀତ ଫିଲ୍ମରେ କ୍ୟାଟ୍ରିନାଙ୍କ ଏବଂ ଅନୁଷ୍କାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମ ଚଳିତ ବର୍ଷ ୨୧ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More