Only for Entertainment

୧୩ବର୍ଷ ପରେ ଫେରିଲେ ଶକ୍ତିମାନ, ଦେଖନ୍ତୁ ଭିଡିଓ ..

youtube
0 80

ଆଜିର ଦୁନିଆରେ ଟେଲିଭିଜନର କ୍ରେଜ ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ ଯେପରି ଆଗରୁ ଦେଖିବାକୁ ମିଳୁଥିଲା । ରାମାୟଣ, ମହାଭାରତ, ଚନ୍ଦ୍ରକାନ୍ତା ଏବଂ ଚିତ୍ରହାର ଭଳି କାର୍ଯ୍ୟକ୍ରମ ଆଗରୁ ଟିଭିରେ ଦେଖିବାକୁ ମିଳୁଥିଲା । ଯାହା ଦେଖିବା ଲାଗି ଆମେ ପୂରା ସପ୍ତାହ ଅପେକ୍ଷା କରୁଥିଲୁ । ୯୦ଦଶକରେ ‘ଶକ୍ତିମାନ’ଛୁଆମାନଙ୍କର ସବୁଠାରୁ ଲୋକପ୍ରିୟ ସିରିଅଲ ଥିଲା । । ୧୯୯୭ରେ ଆରମ୍ଭ ହୋଇ ଏହି ସିରିଅଲ ୨୦୦୫ରେ ଶେଷ ହୋଇଥିଲା । ଏଥିରେ ମୁକେଶ ଖନ୍ନା ଶକ୍ତିମାନ ଭୂମିକାରେ ନଜର ଆସିଥିଲେ । ତାଙ୍କର ସେହି ସୁପର ହିରୋ ଭଳି ଅନ୍ଦାଜ ଆଜି ମଧ୍ୟ ଲୋକମାନେ ଭୂଲି ପାରିନାହାନ୍ତି ।

ଏବେ ଆପଣ ଭାବୁଥିବେ ଏହି ସୋ ସରିବାର ୧୩ବର୍ଷ ପରେ ପୁଣି କାହିଁକି ସିରିଅଲକୁ ମନେ ପକାଗଲା । ତେବେ ଆମେ ଏଠାରେ କହି ରଖୁଛୁ ଯେ ଶକ୍ତିମାନର ଫେମସ ଟାଇଟଲ ସଂଗୀତର ନୂଆ ଭର୍ସନ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି, ଯାହା ଶୁଣି ଆପଣଙ୍କ ପୂରୁଣା ସ୍ମୃତି ତାଜା ହୋଇଯିବ ।

ୟୁଟ୍ୟୁବ ଚ୍ୟାନେଲ ମାତୃଭୂମି କପ୍ପା ଟିଭି ସୋ’ ‘ଶକ୍ତିମାନ୧୦୦୦ସିସି’ନାମକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ଆପଣ ଶକ୍ତିମାନର ଟାଇଟଲ ଟ୍ରାକ ଭିନ୍ନ ଅନ୍ଦାଜରେ ଶୁଣିବାକୁ ପାଇବେ ।ଶକ୍ତିମାନ ସଂଗୀତର ଏହି ନୂଆ ଭର୍ସନ ଏବେ ପର୍ଯ୍ୟନ୍ତ ୯୬ହଜାର ଭ୍ୟୁରେ ପହଂଚି ସାରିଲାଣି । ଏହା ଉପରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More