Only for Entertainment

ଫିଲ୍ମ ‘ଶମଶେରା’ ପାଇଁ ଜିମରେ ଖୁବ କସରତ କରୁଛନ୍ତି ଅଭିନେତା ରଣବୀର କପୂର, ସେଟରୁ ଲିକ ହେଲା ଫଟୋ !

21

ଅଭିନେତା ରଣବୀର କପୂର କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ଶମଶେରା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୟଶରାଜ ଫିଲ୍ମ ବ୍ୟାନର ତଳେ ପ୍ରସ୍ତୁତ ହେଉଛି ଏବଂ ଏହି ଫିଲ୍ମ ‘ଅଗ୍ନିପଥ‘ର ଫେମ କରଣ ମଲହୋତ୍ରା ନିର୍ଦ୍ଧେଶନା କରୁଛନ୍ତି । ଫିଲ୍ମରେ ସଂଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ ଏବଂ ବାଣୀ କପୂର ତାଙ୍କ ବିପକ୍ଷରେ ନଜର ଆସିବେ ।

ଏହି ଫିଲ୍ମର କାହାଣୀ ଆକ୍ସନ- ଆଡଭେଂଚର ଉପରେ ଆଧାରିତ । ଏହି ଫିଲ୍ମ ପାଇଁ ରଣବୀର ନିଜ ଶରୀର ଉପରେ ଖୁବ ଧ୍ୟାନ ଦେଉଛନ୍ତି । ଏହାପୂର୍ବରୁ ଫିଲ୍ମ ସଂଜୁ ପାଇଁ ଜିମ୍ରେ ଖୁବ ପରିଶ୍ରମ ମଧ୍ୟ କରିଥିଲେ । ରିପୋର୍ଟ ମୁତାବକ ଅଭିନେତାଙ୍କୁ ଜିମ ଯିବାକୁ ପସନ୍ଦ ନାହିଁ କିନ୍ତୁ ସେ କେବଳ ନିଜ ଫିଲ୍ମ ପାଇଁ ଏଭଳି ପରିଶ୍ରମ କରୁଛନ୍ତି ।

ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ପାଇଁ ସେ ବଡି ବନାଉଛନ୍ତି । ନିକଟରେ ଫିଲ୍ମ ସେଟରୁ ତାଙ୍କର ଏକ ଫଟୋ ଲିକ ହୋଇଛି । ଏହାପୂର୍ବରୁ ମଧ୍ୟ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା । ଏହି ଫିଲ୍ମ ଆସନ୍ତା ବର୍ଷ ୩୧ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମ ବ୍ୟତୀତ ନିଜ ସୁପରହିରୋ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ମଧ୍ୟ କରୁଛନ୍ତି । ଏହି ଫିଲ୍ମରେ ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ ଏବଂ ମୌନୀ ରୟଙ୍କ ଭଳି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More