Only for Entertainment

ଅନନ୍ୟା ପାଣ୍ଡେଙ୍କ ପରେ ଏହି ଷ୍ଟାରକିଡଙ୍କୁ ବଲିଉଡରେ ଲଂଚ କରିବେ କରଣ ଜୋହର !

insta pic
28

ବଲିଉଡରେ ଏବେ ଯେତେ ଷ୍ଟାରକିଡ ଡେବ୍ୟୁ କରୁୂଛନ୍ତି ସେଥିମଧ୍ୟରୁ ୯୦ ପ୍ରତିଶତ କରଣ ଜୋହରଙ୍କ ଫିଲ୍ମରୁ କରିଥାନ୍ତି । ବଲିଉଡର କୌ ଣସି ବି ଅଭିନେତା ହୁଅନ୍ତି ନିଜ ଛୁଆଙ୍କୁ ଲଂଚ କରିବା ପାଇଁ ସେ ଥରୁଟିଏ ହଉ ନା କାହିଁକି କରଣଙ୍କ ପାଖକୁ ଯାଇଥିବେ ନିଶ୍ଚିତ । ଆଲିଆ ଭଟ୍ଟ, ବରୁଣ ଧୱନ, ଜାହ୍ନବୀ କପୁର ଏବଂ ଅନନ୍ୟା ପାଣ୍ଡେ ଏହାର ସବୁଠାରୁ ଭଲ ଉଦାହରଣ । ଏହି ସମସ୍ତ ଷ୍ଟାର କରଣ ଜୋହରହ୍କ ଫିଲ୍ମରୁ ନିଜ ବଲିଉଡ କ୍ୟାରିୟର ଆରମ୍ବ କରିଛନ୍ତି ।

ତେବେ ତାଜା ରିପୋର୍ଟ ଅନୁସାରେ କରଣ ଜୋହର ଆଉ ଜଣେ ଷ୍ଟାରକିଡକୁ ବଲିଉଡରେ ଲଂଚ କରିବେ । ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲର ରିପୋର୍ଟ ଅନୁସାରେ, କରଣ ଜୋହର ଖୁବ ଶୀଘ୍ର ସଂଜୟ କପୁରଙ୍କ ଝିଅ ଶନାୟା କପୁରଙ୍କୁ ଇଣ୍ଡଷ୍ଟ୍ରୀରେ ଲଂଚ କରିବା ପାଇଁ ଚିନ୍ତା କରୁଛନ୍ତି ।

 

View this post on Instagram

 

Happy Sunday ???? #shanayakapoor#mylove♥️

A post shared by Shanaya Kapoor ? (@shanayakapoor19) on

ରିପୋର୍ଟରେ କୁହାଯାଇଛି ଯେ, ଶନାୟା କପୁରଙ୍କୁ ନିକଟରେ ଅନେକ ଥର କରଣ ଜୋହରଙ୍କ ଅଫିସ ବାହାରେ ସ୍ପଟ କରାଯାଇଛି । ଏହା ସହିତ ଶନାୟା କପୁର ଏବେ ଆକ୍ଟିଂ, ଜିମ ଏବଂ ଡ୍ୟାନ୍ସ କ୍ଲାସ ଯାଇ ନିଜକୁ ଗ୍ରୁମ କରୁଛନ୍ତି । ଏଥିରୁ ଅନୁମାନ କରାଯାଇ ପାରେ ଯେ, ସେ କୁବ ଶୀଘ୍ର କରଣ ଜୋହରଙ୍କ ବ୍ୟାନରରେ ବଲିୁଡରେ ଡେବ୍ୟୁ କରିବେ ।

 

 

View this post on Instagram

 

My sunshine ???

A post shared by Shanaya Kapoor ? (@shanayakapoor19) on

କହିରଖୁଛୁ ଯେ, ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ ଗୁଞ୍ଜନ ସକସେନାଙ୍କ ବାୟୋପିକରେ ଶନାୟା କପୁର ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରୁଛନ୍ତି । କାରଣ ଫିଲ୍ମ ମେକିଂକୁ ଭଲ ଭାବେ ବୁଝିବା ପାଇଁ ସେ ଏହି ପ୍ରେଜେକ୍ଟ ଜଏନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More